ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପିଏମ୍‌ ଆବାସ ଯୋଜନାର ଟଙ୍କା ମୁକୁଳାଇବାକୁ ୭ ହଜାର ଲାଞ୍ଚ। ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ପ୍ରୋଗ୍ରାମର….

ପିଏମ୍‌ ଆବାସ ଯୋଜନାର ଟଙ୍କା ମୁକୁଳାଇବାକୁ ୭ ହଜାର ଲାଞ୍ଚ

ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ପ୍ରୋଗ୍ରାମର….
ଲ୍ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ, ଆୟବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ

ଧର୍ମଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ବକେୟା ଅର୍ଥ ମୁକୁଳାଇବା ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବାବେଳେ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାଶ। ଶନିବାର (୨୧.୧୧.୨୦୨୬) ଭିଜିଲାନ୍ସ ଟିମ୍‌ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଧରିଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅଭିଯୋଗକାରୀ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିବାବେଳେ ବାକି ୪୦ ହଜାର ଟଙ୍କା ମୁକୁଳିବାକୁ ଥିଲା। ଏହି ବକେୟା ଅର୍ଥ ମୁକୁଳାଇବା ପାଇଁ ଏମ୍‌ଆଇଏସ୍‌ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାଶ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ହିତାଧିକାରୀ ଏକାଧିକ ଥର ଅନୁରୋଧ କରିବା ସତ୍ତ୍ୱେ ଅଭିଯୁକ୍ତ ଟଙ୍କା ନ ଦେଲେ ବକେୟା ଅର୍ଥ ମୁକୁଳାଇବା ପ୍ରକ୍ରିୟା ଆଗକୁ ବଢ଼ାଇବେ ନାହିଁ ବୋଲି ଧମକ ଦେଇଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶନିବାର ଭିଜିଲାନ୍ସ ଟିମ୍‌ ଜାଲ ବିଛାଇ ଅଭିଯୁକ୍ତ ଦାଶଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଟ୍ରାପ୍‌ ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ଅଭିଯୁକ୍ତ ଦାଶଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସି ଅଭିଯାନ ଜାରି ରହିଛି।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍‌ ନଂ ୨୮/୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

Sunil Chandra Nayak

ନାବଳିକାକୁ ପ୍ରେମ ପ୍ରତାରଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

Sunil Chandra Nayak

ଭିତର କନିକା ଗହିରମଥାରୁ ଟ୍ରଲର ଜବତ 11 ମତ୍ସଜୀବୀ ଗିରଫ

masiha

Leave a Comment

error: Content is protected !!