କୋକସରା,୨୭/୦୭// ଜଣେ ନାବଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନିଜ ଘରେ ରଖିବା ପରେ ପରିବାର ଅଭିଯୋଗ କ୍ରମେ ଅଭିଯୁକ୍ତ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଯୁବକ ମାନଧର ସୁନାନୀ(୨୫) ନିଜ ଗାଁ ର ଜଣେ ନାବଳିକାକୁ ପ୍ରେମ ନିବେଦନ କରି ଗତ ମଙ୍ଗଳବାର ରାତିରେ ଅପହରଣ କରି ନିଜ ଘରେ ନେଇ ରଖିଥିବା ଖବର ପରିବାର ଲୋକେ ଜାଣି କୋକସରା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଯୁବକକୁ ଗିରଫ କରି ଥାନାକୁ ଆଣି ଅଟକ ରଖିଥିଲେ। ଏନେଇ ନାବାଳିକାଙ୍କ ମା କୋକସରା ଥାନାରେ ଲିଖିତ ଅଭିଯୋଗ ପରେ ଗୁରୁବାର ଯୁବକକୁ ଡାକ୍ତରୀ ମାଇନା ପରେ ପୋସ୍କୋ ଧାରାରେ ଗିରଫ କରାଯାଇ କୋକସରା ଥାନା କେଶ ନମ୍ବର ୧୯୬/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।
previous post