ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

ଡାବୁଗାଁ, ୧୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ୨୦୨୨ ମସିହାରେ ପୋଲିସକୁ ଆକ୍ରମଣ ଘଟଣାରେ ସୋମବାର ପୋଲିସ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ପୂଜାରିଗୁଡା ଗ୍ରାମର ଲଛମୀ ପନକାଙ୍କ ଝିଅ ଭଦ୍ରିକା ପନକା(୨୪) ଝରିଗୁଡା ଗ୍ରାମର ସୁଶୀଲ ନାଗ ଙ୍କୁ ୨୦୧୯ ମସିହାରେ ପ୍ରେମ ବିବାହ କରିଥିଲେ | ୧୮.୭.୨୦୨୨ ଦିନ ସନ୍ଧ୍ୟାରେ ଝିଅର ମୃତ୍ୟୁ ଖବର ପାଇ ବାପା ଲଛମୀ ଜ୍ଵାଇଁ ସୁଶୀଲ ଙ୍କୁ ଘରକୁ ଯାଇ ଝିଅ ଭଦ୍ରିକା ଙ୍କ ଝୁଲନ୍ତା ମୃତ ଦେହ ଦେଖିଥିଲେ | ୧୯.୭.୨୦୨୨ ଦିନ ସକାଳେ ଝିଅକୁ ହତ୍ୟା କରାଯାଇଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଏହପରେ ଡାବୁଗାଁ ଥାନା ର ପୂର୍ବତନ ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ଥାନା କେସ ନଂ ୧୧୯/୨୨ ରେ ଏକ ମାମଲା ରୁଜୁ କରି ପୋଲିସ କର୍ମଚାରୀ ମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ତଦନ୍ତ ସମୟରେ ପୋଲିସ ମୃତ ମହିଳା ଙ୍କ ସ୍ଵାମୀ ସୁଶୀଲ ନାଗ ଙ୍କୁ ଉଠାଇ ଆଣିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ସହ ପୋଲିସକୁ ପୋଲିସ କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ | ଏନେଇ ପୋଲିସ କୁ ଆକ୍ରମଣ କରିଥିବା କିଛି ଲୋକ ଙ୍କ ନାମରେ ପୋଲିସ ପକ୍ଷରୁ ୧୨୦/ ୨୨ ରେ ଏକ ମାମଲା ରୁଜୁ ହୋଇଥିଲା ସେହି ଦିନଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ | ରବିବାର ରାତ୍ରିରେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ତାଙ୍କ ଘରୁ ଉଠାଇ ଥାନାକୁ ଆଣିଥିଲେ | ସେମାନେ ହେଲେ ନବରଙ୍ଗପୁର ଥାନା ଅଧୀନ ତାରାଗାଁ ଗ୍ରାମ ନିକଟ ପୋଖନାଗୁଡା ଗ୍ରାମର ଡୁମର ହରିଜନ (୫୨) ଓ ବୁଲୁ ହରିଜନ (୪୮) | ଆଜି ୨ ଅଭିଯୁକ୍ତ ଙ୍କ ଡାକ୍ତରୀ ମାଇନା କରାଯିବା ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

ବିଷ ପଈ ବ୍ୟକ୍ତି ଙ୍କ ଆତ୍ମହତ୍ୟା 

Sunil Chandra Nayak

ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶୀରେ ଲାଗି ୪ ମଇଁଷି ମୃତ, ଜଣେ ଗିରଫ

masiha

Leave a Comment

error: Content is protected !!