ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି ବିଦେଶରୁ ପ୍ରଶଂସାର ସୁଅ, ଆବଶ୍ୟକ ପଡିଲେ ରାଜ୍ୟ ଓ ଦେଶ ବାହାରେ କମ୍ବଳ ବାଣ୍ଟିବ ମୋ ଅନୁଷ୍ଠାନ

ମୋ ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି ବିଦେଶରୁ ପ୍ରଶଂସାର ସୁଅ, ଆବଶ୍ୟକ ପଡିଲେ ରାଜ୍ୟ ଓ ଦେଶ ବାହାରେ କମ୍ବଳ ବାଣ୍ଟିବ ମୋ ଅନୁଷ୍ଠାନ

  ବାଲେଶ୍ବର୧୩/୦୧/୨୫- ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ୨୦୧୯ ମସିହାରେ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ନେଇ ଆଗେଇ ଚାଲିଛି । ଅନୁଷ୍ଠାନ ଗଦ୍ୟ ସାହିତ୍ୟର ଉନ୍ନତି ସହିତ ସମାଜସେବାକୁ ମୂଳ ଲକ୍ଷ୍ୟ ମନେକରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛି । ଶୀତ ପରେ କମ୍ବଳ ବଣ୍ଟନ ସହିତ ଗରିବ ମାନଙ୍କୁ ମେଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ମଶାରୀ ବଣ୍ଟନ କରିବ ବୋଲି ନିଷ୍ପତ୍ତି ନେଇଛି ଅନୁଷ୍ଠାନ । ଏଥିରେ ମଧ୍ୟ ଅନୁଷ୍ଠାନର ସକ୍ରିୟ ମେମ୍ବର ମାନେ ଏକମତ ହୋଇଛନ୍ତି । ପ୍ରତ୍ୟେକ ବର୍ଷ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଆଗକୁ ଏଭଳି କାର୍ଯ୍ୟକ୍ରମ ଦେଶ ବାହାରେ ମଧ୍ୟ ଜାରି ରଖିବା ପାଇଁ ସିଦ୍ଧାନ୍ତ ନେଇଛି ଅନୁଷ୍ଠାନ । ପ୍ରତ୍ୟେକ କାର୍ଯ୍ୟକ୍ରମର ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛି ଅନୁଷ୍ଠାନ । ” ମାନବର ସେବା ମାଧବର ସେବା ” ନ୍ଯାୟରେ ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଗରିବ ମାନଙ୍କୁ କମ୍ବଳ ଓ ଅନ୍ୟାନ୍ୟ ଶୀତ ବସ୍ତ୍ର ବଣ୍ଟନ କରି ଚାଲିଛି । ସୋସିଆଲ ମିଡ଼ିଆରୁ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରା, ବାଲେଶ୍ବରର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରକାର ସାହିତ୍ୟ ଓ ସମାଜସେବା କାର୍ଯ୍ୟକ୍ରମ ଦେଖି ପ୍ରବାସୀ ଭାରତୀୟ ମାନେ ଚକିତ ହୋଇ ଯାଇଛନ୍ତି । ମୁଖ୍ୟତଃ ଚିନ୍, ଜାପାନ, ପାକିସ୍ତାନ, ବଙ୍ଗଳାଦେଶ, ଘାନା, ଥାଇଲାଣ୍ଡ, ଆମେରିକା, ନିଉଜଲ୍ଯାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, କୋଏତ, ନେପାଳ, ବିଲି, ଅଷ୍ଟ୍ରେଲିଆ, ଦକ୍ଷିଣକୋରିଆ, ଟୋକିଓ ଏବଂ ଆଫଗାନିସ୍ତାନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଅନୁଷ୍ଠାନର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖି ଅତ୍ୟନ୍ତ ମୁଗ୍ଧ ହୋଇ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ଏଥିସହିତ ସେଠାରେ ଥିବା ହିନ୍ଦୁ ଦେବାଦେବୀ ପୀଠରେ ଏଭଳି ସମାଜସେବା କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ ଅନୁରୋଧ ମଧ୍ୟ କରିଛନ୍ତି । ଏ ବିଷୟରେ ଅନୁଷ୍ଠାନ ସକ୍ରିୟ ମେମ୍ବର ମାନଙ୍କ ସହିତ ବିଚାର ବିମର୍ଷ କରିବା ପରେ ସିଦ୍ଧାନ୍ତ ନିଆଯାଇଛି ଯେ ଆବଶ୍ୟକ ପଡିଲେ ବିଦେଶରେ ମଧ୍ୟ କମ୍ବଳ ବାଣ୍ଟନ କରିବ ମୋ ଅନୁଷ୍ଠାନ । ଯାହା ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରବାସୀ ଭାରତୀୟ ମାନଙ୍କୁ କଥା ଦେଇଛନ୍ତି । ଆହୁରି ମଧ୍ୟ ଗଣମାଧ୍ୟମ ସାମ୍ନାରେ ସମ୍ପାଦକ କହିଛନ୍ତି ” ମୋ ଅନୁଷ୍ଠାନ ” ର ସମାଜସେବା କାର୍ଯ୍ୟ କେବଳ ଓଡ଼ିଶାରେ ସୀମିତ ରହିବ ନାହିଁ, ଦେଶର ବିଭିନ୍ନ ରାଜ୍ୟରେ ଚହଳ ପକାଇବ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ଡାକରା ଆସୁଅଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ  ଜଳ ବନ୍ଦୀ ଗୁରୁମାଇ ଗୁଡା ବାସୀ ଙ୍କ ସମସ୍ୟା ଅନୁଧ୍ୟାନ

Sunil Chandra Nayak

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଟ୍ରେଲର ପଛକୁ ଧକ୍କା ଦେଲା କାର: ଚାଳକ ଗୁରୁତର

masiha

Leave a Comment

error: Content is protected !!