ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

ଢେଙ୍କାନାଳ ୦୯/୦୪ ରିଖ (ମ ସୀ ହା) ଆଜି ସକାଳ ୬ ଘଟିକା ସମୟରେ ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳର ସଦସ୍ୟମାନେ ସ୍ଥାନୀୟ ଭାଗିରଥି ସାଗର (ନୂଆ ପୋଖେରୀ)ର ଏକ ପାର୍ଶ୍ଵରେ ବହୁଦିନ ଧରି ପଡିରହିଥିବା ଅଳିଆ ଆବର୍ଜ୍ଜନା ଏବଂ ପ୍ଲାଷ୍ଟିକ, ପଲିଥିନକୁ ସଫା କରିଥିଲେ। ଏହା ସହିତ ପୋଷ୍ଟର ଲଗାଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପୋଖରୀରେ ଅଳିଆ ନ ପକାଇବା ପାଇଁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଢେଙ୍କାନାଳର ପୂର୍ବତନ ସଭାପତି ହର୍ଷବର୍ଦ୍ଧନ ସିଂଦେଓ ଏବଂ ରୋଟ୍ରାକ୍ଟ କ୍ଳବ୍ ଦାୟିତ୍ଵରେ ଥିବା ଶ୍ରୀଧର ଇପିଲି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ୍ ତରଫରୁ ଶିବ ପ୍ରସାଦ ସ୍ଵାଇଁ, ଅଭିଳାଷ ସାହୁ, ଅଭିଷେକ , ପ୍ରେମଜିତ୍, ଅମ୍ରିତା, ଅମିଶା, ଅବିନାଶ, ଚିନୁ, ଆଶୀର୍ବାଦ ଏବଂ ରଞ୍ଜନ ଯୋଗଦେଇ ସଫେଇ କାର୍ଯ୍ୟକୁ ସଫଳ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଶ୍ରୀବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ପାଳିତ

masiha

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

ଜଳେଶ୍ଵର ବ୍ଲକର ଦୁଇବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ -୨୦୨୬ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!