ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତିର ସଚେତନତା କର୍ମଶାଳା

ଅନୁଗୋଳ ( ଆର୍ତ୍ତତ୍ରାଣ ପାଣି ) : ଆଜି ପୂର୍ବାହ୍ନ ଦଶ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ, ଅନୁଗୋଳ ଙ୍କ ପରିସରରେ ଜୀବଜନ୍ତୁ ଙ୍କ ଉପରେ ନିଷ୍ଠୁରତା ଓ ଅତ୍ୟାଚାର ପ୍ରଦର୍ଶନ କଲେ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଜନସାଧାରଣଙ୍କୁ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ୍ 1960 କୁ ନେଇ କିଭଳି ଭାବେ ସଚେତନ କରାଯିବ ଏହି ବିଷୟବସ୍ତୁ ନେଇ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗ, ଅନୁଗୋଳ ପକ୍ଷରୁ ଜିଲ୍ଲା ସହକାରୀ ପଶୁଚିକିତ୍ସକ ଶ୍ରୀ ପ୍ରତାପ ପଟ୍ଟନାୟକଙ୍କ ତତ୍ୱବଧାନରେ ସ୍ଥାନୀୟ, ପ୍ରଶାସନ, ପୋଲିସ ବିଭାଗ, ମ୍ୟୁନିସିପାଲଟି, ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ପ୍ରତନିଧି ଏବଂ ପଶୁପ୍ରେମୀ ମାନଙ୍କୁ ନେଇ ଏକ ପ୍ରାକ୍ ଆଲୋଚନାଚକ୍ର ଏବଂ ଆଗାମୀ ଦିନ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି l ବୁଲାକୁକୁର, ଗାଇ ବାଛୁରୀ ଙ୍କ ଉପଚାର, ରାଜ୍ୟ ସରକାରଙ୍କ ଏ ବାବଦରେ ଆମ୍ଭୁଲେନ୍ସ ସେବା, ଉପଚାର ଗୃହ, ଗୋ’ ଶାଳା ଆଦି ଉପରେ ସରକାର କିଭଳି ଏହି ଜୀବଙ୍କ ଜୀବନ ପ୍ରତି ସଂବେଦନଶୀଳ ହୋଇ ବିଭିନ୍ନ ପଦେକ୍ଷପ ନେଇଛନ୍ତି ଏହା ଉପରେ ପଶୁଚିକିତ୍ସକ ଶ୍ରୀ ପଟ୍ଟନାଏକ ଏକ ବିସୃତ ବିବରଣୀ ପରିବେଷଣ କରିବା ସହ ଏହି ମହତ କାମରେ ଜନସାଧାରଣ କିପରି ସହଯୋଗ କରି ପାରିବେ ଏବଂ ନିଜ ନିଜ ଅଞ୍ଚଳର ଜୀବ ଜନ୍ତୁଙ୍କ ସୁରକ୍ଷା ସହ ପରିବେଶର ସନ୍ତୁଳନ ଓ ପରିଷ୍କାର ରଖିବାରେ ସରକାରଙ୍କ ସହାୟତା କରିପାରିବେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏହି ସଚେତନନା ଶିବିରରେ ସ୍ଥାନୀୟ ଏ. ଡି. ଏମ୍. ଅନୁଗୋଳ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ସଭପତିତ୍ବ କରିଥିବା ସମୟରେ ଅନୁଗୋଳ ବ୍ଲକ ର ସମସ୍ତ ପଶୁଚିକିତ୍ସକ ଯୋଗଦାନ କରିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି l

Related posts

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ…… 

masiha

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

Sunil Chandra Nayak

Leave a Comment

error: Content is protected !!