ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଆରଣ୍ୟକ ବାରିକ୍ ସମାଜର ଜରୁରୀ କାଳୀନ ବୈଠକ

ନର୍ଲା:( ମନିସ)କଳାହାଣ୍ଡି ଆରଣ୍ୟକ ବାରିକ ସଂଘର ଏକ ଜରୁରୀକାଳୀନ ବୈଠକ ନର୍ଲା ରୋଡ଼ ସ୍ଥିତ ବିକ୍ରମ ଲଜରେ ଜିଲ୍ଲା ସଭାପତି ବୃନ୍ଦାବନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଭିନ୍ନ ସମସ୍ୟାମାନ ଆଲୋଚନା ହୋଇଥିଲା। ଆଲୋଚନା ପରିଶେଷରେ ମାଣ୍ଡେଲ ଗ୍ରାମର ଲମ୍ବୋଦର ବାରିକ, ପିତା- କନ୍ଦର୍ପ ବାରିକ ଆରଣ୍ୟକ ବାରିକ ସମାଜକୁ ନିଜ ଜମିରୁ ୩ଡିସିମିଲ ଜମି ଦାନ କରିଥିବାରୁ ତାଙ୍କୁ ସମାଜ ତରଫରୁ ଧନ୍ୟବାଦ ଦିଆଯିବା ସହ ସମାଜ ତରଫରୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ମଞ୍ଚରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ, ଭବାନୀପାଟଣା, ଗୋଲାମୁଣ୍ଡା, ମ.ରାମପୁର, କର୍ଲାମୁଣ୍ଡା ତଥା ନର୍ଲା ବ୍ଳକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବ୍ଳକ୍ ସମ୍ପାଦକ ଡିଙ୍ଗର ବାରିକ , ସଭାପତି ପ୍ରହଲ୍ଲାଦ ବାରିକ , କୋଷାଧ୍ୟକ୍ଷ କାଳିଆ ବାରିକ, ଭୁବନ୍ ବାରିକ ସମେତ ୧୦୦ରୁ ଉର୍ଦ୍ଧ୍ବ ଆରଣ୍ୟକ ବାରିକ ସମାଜର ସଦସ୍ୟ ଉପସ୍ଥିତ ଥିଲେ। ଅନ୍ତିମ ପର୍ଯ୍ୟାୟରେ ସମାଜର ଅନ୍ୟତମ ଅଜିତ୍ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

masiha

ବନ୍ଧୁଗାଁ ଓ କୁଟ୍ରାବେଡା ପଞ୍ଚାୟତ କାର୍ଯ୍ୟାଳୟରେ ପେସା ଦିବସ ଅବସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି 

masiha

Leave a Comment

error: Content is protected !!