ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ତରଫରୁ କାରଗିଲ ବିଜୟ ଦିବସ ପାଳିତ 

ମୟୂରଭଞ୍ଜ -୨୭/୦୫ ( ମସିହା): ଶହୀଦ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ରାଇରଙ୍ଗପୁର ତରଫରୁ ଟ୍ରଷ୍ଟ ମୁଖ୍ୟ ମନୋରଞ୍ଜନ ହାଁସଦା ଙ୍କ ଆବାହକତ୍ୱରେ ‘କାରଗିଲ ବିଜୟ ଦିବସ’ ସ୍ଥାନୀୟ ପୌରପାଳିକା ପ୍ରାଙ୍ଗଣରେ ପାଳିତ ହେଇ ଯାଇଛି। ଏଥିରେ ମୁଖ୍ୟ ଅତିଥଭାବେ ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସେବା ନିବୃତ୍ତ ସୈନିକ ମହେନ୍ଦ୍ର ନାଥ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ କାରଗିଲ ଶହୀଦ ଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ପରେ ଟ୍ରଷ୍ଟ ସଦସ୍ୟ ବରିଷ୍ଠ ଶିକ୍ଷକ ତିମିର ରଞ୍ଜନ ପଣ୍ଡା କାରଗିଲ ଦିବସ ତଥା ସେଥିରେ ଶହୀଦ ହୋଇଥିବା ଏ ମାଟିର ବୀର ସୈନିକଙ୍କ ବିଜୟ ଗାଥା କୁ ବର୍ଣ୍ଣନା କରିଥିବାବେଳେ ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଭାଗ ନେଇଥିବା ବୀର ସୈନିକ କ୍ୟାପଟେନ ମହେନ୍ଦ୍ର ନାଥ ମହାନ୍ତ ନିଜର ଲୋମହର୍ଷଣକାରୀ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ରୋମାଞ୍ଚିତ କରିଦେଇଥିଲେ। ପୌରାଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟ ରେ ଏହି ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରି ଏହି ଦିବସକୁ ପାଳନ କରି ଏ ମାଟିର ବୀର ସନ୍ତାନଙ୍କୁ ସ୍ମରଣ କରିଥିବାରୁ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ୍ ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଦସ୍ୟ ଅଧ୍ୟାପକ ବିଜୟ ରାମ ପରିଚାଳନା କରିଥିବାବେଳେ ସଦସ୍ୟ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବୀର ନାରୀ ତଥା ଫାଉଣ୍ଡର ଟ୍ରଷ୍ଟି ଲକ୍ଷ୍ମିମଣି ସୋରେନ୍ ଙ୍କ ସହ ଯଥାକ୍ରମେ ପୂର୍ବତନ ସୈନିକ ରଘୁନାଥ ମାଝୀ, ବରିଷ୍ଠ ସଦସ୍ୟ ମୁଚିରାମ ମାଝୀ, ଡକ୍ଟର ଦିଗମ୍ବର ଗିରି, ସଦସ୍ୟା ସନ୍ତୋଷୀ ରାମ, ଦୀପ୍ତି ସାହୁ,ଅଞ୍ଜଳି ବେଶ୍ରା, ପରେଶ୍ ସୋରେନ୍, ରାଜେନ୍ଦ୍ର ସୋରେନ୍, ଡକ୍ଟର ପ୍ରମୋଦ ମହାନ୍ତ,ମଙ୍ଗଳ ସୋରେନ୍, ଦାସ୍ମାତ୍ ମାଝୀ, ପଙ୍କଜ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

masiha

ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା 

Sunil Chandra Nayak

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

Leave a Comment

error: Content is protected !!