ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଞ୍ଜିଝାଲ – କେରବେଡା ପଞ୍ଚାୟତ ରାସ୍ତାର ଦୂରାବସ୍ଥା: କଲବଳ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା 

ବାଞ୍ଜିଝାଲ – କେରବେଡା ପଞ୍ଚାୟତ ରାସ୍ତାର ଦୂରାବସ୍ଥା: କଲବଳ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା 

ଆପେ ବଞ୍ଚିଲେ ବାପର ନାଁ ନୀତିକୁ ଆପଣେଇଛନ୍ତି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି 

ପାଟଣାଗଡ଼ ପାଟଣାଗଡ଼ ବ୍ଳକ କେରବେଡା ପଞ୍ଚାୟତ ବାଞ୍ଜିଝାଲ ଗାଁ ରୁ କେରବେଡା କୁ ସଂଯୋଗ କରୁଥିବା ରାସ୍ତାର ର ଅବସ୍ଥା ପୁରା ଦୂରାବସ୍ଥା ହୋଇପଡ଼ିଛି । ସାମାନ୍ୟ ବର୍ଷାରେ କାଦୁଅ ରେ ପଚପଚ ରାସ୍ତା ଯୋଗୁଁ ଲୋକେ ଯାତାୟାତ ରେ ନାହଁ ନ ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ ହେଉଛି। ରାସ୍ତା ର ସ୍ଥାନେ ସ୍ଥାନେ ସାମାନ୍ୟ ମାଟି ପକାଇ ରାସ୍ତା ମରାମତି କରାଯାଇଥିବାରୁ ଏବେ ବର୍ଷା ରେ ଅବସ୍ଥା ବେହାଲ ହୋଇ ଯାଇଛି। ରାସ୍ତା ସାରା ଖାଲଖାମା ସାଙ୍ଗକୁ କାଦୁଅ ପଚପଚ ହୋଇପଡି। ଫଳରେ ବାଞ୍ଜିଝାଲ ଗ୍ରାମବାସୀ ନାହଁ ନ ଥିବା ଅସୁବିଧା ସମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବାଞ୍ଜିଝାଲ ଗାଁ ରୁ କେରବେଡା ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବା ହେଲେ ୨ କିମି ଏହି ଆଣ୍ଠୁଏ କାଦୁଅ ପଚପଚ ରାସ୍ତା ଦେଇ ହିତାଧିକାରୀ ମାନେ ଚାଉଳ ଓ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ଆଣିବା ପାଇଁ ଯାଉଥିବା ବେଳେ ସାଇକେଲ ବାଇକ୍ ଯାଇ ପାରୁନଥିବା ବେଳେ ଚାଳି ଚାଳି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ି ବୋଲି ଆନନ୍ଦ ବରିହା ଙ୍କ ସହ ଶତାଧିକ ହିତାଧିକାରୀ ଅଭିଯୋଗ କରିଛନ୍ତି।ଏନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏଥି ପ୍ରତି ବିଡ଼ିଓ ଦୃଷ୍ଟି ଦେଇ ଏହି ରାସ୍ତାର ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଚିକିତ୍ସା ପାଇ ଅର୍ଥ ସଜିଛି ବାଧକ ଚିକିତ୍ସା ହେଇ ପାରୁ ନାହି ଶିଶୁ କନ୍ୟା

masiha

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

masiha

ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି ଅଧପନ୍ତରିଆ ଭାବେ ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ,ଏବେ ବି ବାକି ରହିଛି ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ 

Leave a Comment

error: Content is protected !!