ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

କାମାକ୍ଷାନଗର (ମନିସ )5/3/25 // ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ପୁଲିସ ଉଦ୍ଧାର କରିବାପରେ ସନ୍ଦେହରେ ପୁଅକୁ ଅଟକ ରଖିଛି। ମୃତ ମହିଳା ଜଣଙ୍କ ଅଁଳାବେରେଣୀ ଗାଁର ଚଞ୍ଚଳା ନାଏକ ବୋଲି ଜଣାପଡ଼ିଛି। ଚଞ୍ଚଳାଙ୍କ ମୁଣ୍ଡରେ ରହିଛି ଗଭୀର କ୍ଷତ। ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଚଞ୍ଚଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଲିପୁ ନାଏକଙ୍କ ପାଖରେ ରହି ଆସୁଥିଲେ। ତେବେ ତାଙ୍କୁ ଗତ କାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ତୁମୁସିଙ୍ଗା ପୁଲିସ ଚଞ୍ଚଳାଙ୍କ ପୁଅ ଲିପୁ ନାଏକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଚଞ୍ଚଳାଙ୍କ ପୁଅ ଲିପୁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

Sunil Chandra Nayak

ବିଧବାଙ୍କ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!