ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

ଧର୍ମଗଡ଼ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

ଧର୍ମଗଡ଼ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି…

ଓଡ଼ିଶାର ବହୁବିଧ ବିକାଶ ସହ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ଧର୍ମଗଡ଼ ବିଜୁ ଜନତା ଦଳ ତରଫରୁ ସ୍ତାନୀୟ ବିଜୁ କଲ୍ଯାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ସଭା ଆୟୋଜନ କରାଯାଇଥିଲା l ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ର ସକ୍ରିୟ ସଦସ୍ୟ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା, ଧର୍ମଗଡ଼ ବ୍ଳକ ସଭାପତି ଟୀକମନ ଯାଦବ, ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ, ଶଙ୍କର ଯୁଏଡ, ପ୍ରଣବ ଭଇଁସାଲ , ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ,ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ପାଟ୍ଟଯୋଶୀ, ଅରକ୍ଷିତ ଭଇଁସାଲ, ବିକାଶ ଅଗ୍ରୱାଲ, ରାଜା ହାତୀ,ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର, ଭବାନୀ ଶଙ୍କର ପଣ୍ଡା, ଅଜିତ ସାହୁ ଓ ରାଜେନ୍ଦ୍ର ମୁନି ପ୍ରମୁଖ ଯୋଗଦାନ କରି ବିଜୁ ବାବୁଙ୍କ ଓଡିଶା ର ସର୍ବାଙ୍ଗ ବିକାଶ ପ୍ରତି ରହିଥିବା ଉତ୍ସର୍ଗୀକୃତ ଅବଦାନ ଉପରେ ଆଲୋଚନା କରିଥିଲେ l ବିଶେଷ କରି ଗ୍ରାମାଞ୍ଚଳ ର ବିକାଶ, ନାରୀ ସଶକ୍ତିକରଣ ଓ ଓଡ଼ିଶାରେ ଶିଳ୍ପାୟନ ତଥା ପଞ୍ଚାୟତି ରାଜ ବ୍ୟବସ୍ଥା ର ମୂଳଦୁଆ ପାଇଁ ସେ ସର୍ବାଗ୍ରେ ସ୍ମରଣୀୟ ବୋଲି ବିଭିନ୍ନ ବକ୍ତା ମତ ପ୍ରକାଶ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ବିଜେପିର ବ୍ଲକ ଘେରାଉ

Sunil Chandra Nayak

ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ମାରାଥାନ ପ୍ରଚାର କରୁଛନ୍ତି

masiha

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!