ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଟାଟା ପାୱାର ର ଗ୍ରାହକ ଶୋଷଣ ନିତୀ ବିରୁଦ୍ଧରେ ଓ ସମସ୍ତ ପରିବାର କୁ ୨ଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଉରକେଲା/ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ଓ ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ପକ୍ଷରୁ ଉଦିତନଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଂପାନୀ ର ଗ୍ରାହକ ଶୋଷଣ ନୀତି ବନ୍ଦ କରିବା ପାଇଁ ଦାବି କରାଯାଇଛି।ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ର ଆକାଶଛୁଆଁ ଦରଦାମ ବୃଦ୍ଧି ହୋଇଥିଲା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ବିଦ୍ୟୁତ ଦରବୃଦ୍ଧି ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଦୁର୍ବିସହ କରିଦେଇଛି। ଓଡ଼ିଶାରେ ବିଦ୍ୟୁତ ଟାରିଫ ବୃଦ୍ଧି ହେବା ଯୋଗୁଁ ସମସ୍ତ କ୍ଷେତ୍ରରେ ଏହାର ପ୍ରଭାବ ପଡିଛି। ଓଡ଼ିଶା ସରକାର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଟାଟା କମ୍ପାନୀ ବିଦ୍ୟୁତ ବିତରଣ ଦାୟିତ୍ଵ ନେଲା ସମୟରେ ନିରବଚ୍ଛିନ୍ନ ସେବା ଯୋଗାଇଦେବା ନିମନ୍ତେ କିନ୍ତୁ ବିଭିନ୍ନ ବାହାନାରେ ବାରମ୍ବାର ବିଦ୍ୟୁତ କାଟ ଘଣ୍ଟା ଘଣ୍ଟା ଧରି କରାଯାଉଛି। ମିଟର ରିଡିଙ୍ଗ ର ବିଲିଙ୍ଗ ରେ ସ୍ଵଛତା ଅବଲମ୍ବନ କରାଯାଉନାହିଁ। ଗ୍ରାହକ ମାନଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଛି।ଏହି ଶୋଷଣ ନିତୀ ବିରୁଦ୍ଧରେ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

    ଓଡ଼ିଶାରେ ଆଜି ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଥିବା ବେଳେ ରାଉରକେଲା ଉଦିତନଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ରେ ସରକାର ଓଡ଼ିଶାର ସମସ୍ତ ପରିବାର କୁ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ମୁକ୍ତ କରିବା, ବିଦ୍ୟୁତ ଦରବୃଦ୍ଧି ହ୍ରାସ କରିବା, ବାରମ୍ବାର ବିଦ୍ୟୁତ କାଟ ବନ୍ଦ କରିବା, ମିଟର ରିଡିଙ୍ଗ ଓ ବିଲିଙ୍ଗ ରେ ସ୍ଵଛତା ଅବଲମ୍ବନ କରିବା ସହ ଗ୍ରାହକ ଶୋଷଣ ନୀତି ବନ୍ଦ କରିବା ଓ ପ୍ରତି ମାସରେ ସଠିକ୍ ସମୟରେ ଗ୍ରାହକ ଙ୍କୁ ବିଲ୍ ପ୍ରଦାନ କରିବା ପ୍ରଭୃତି ଦାବିରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

   ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ପାର୍ଟି ର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ବିମାନ ମାଇତି, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର,ବସନ୍ତ ନାୟକ, ଅଜୟ ଶର୍ମା, ରଘୁନାଥପାଲୀ ଆବାହକ ହୃଦୟାନନ୍ଦ ଯାଦବ, ଚନ୍ଦ୍ରଭାନୁ ଦାସ, ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ବିନୟ ବେଉରିଆ,ଦିବାକର ମହାରଣା, ଅରିନ୍ଦମ ଦତ୍ତ, ଅରୁଣ ମହାରଣା,କବି ପ୍ରଧାନ, ବସନ୍ତ ପାଢ଼ୀ, ରତ୍ନାକର ନାୟକ, ଅକ୍ଷୟ ମହାନ୍ତ, ଏନ୍ କେ ରାଉତରାୟ, ନିରଞ୍ଜନ ସିଂହ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ,ସୁରୁ ଦାସ, ପ୍ରସନ୍ନ ମହାପାତ୍ର, ବଛିରାମ ବେହେରା, ସାଗର ଛୋଟରାୟ, ଜୟନ୍ତୀ ମୋହିନୀ, କୁନ୍ଦନ ବେହେରା, ସୁବାଷ ଗୋୖଡ, ସିମାଚଳ ମୋହିନୀ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

masiha

ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି

Leave a Comment

error: Content is protected !!