ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

ନାରାୟଣପାଟଣା,୨୦/୭ -ଗତ ୧୨ ତାରିଖ ରାତିରେ ନାରାୟଣପାଟଣା ବ୍ଲକ ର ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ତୁଳସୀ ସାହୁକାର ନିଜ ଘରୁ କୁମ୍ଭାରୀ ରୁ ହଠାତ୍ ଘର ଛାଡ଼ି କୌଣସି କାରଣ ବଶତଃ ଫେରାର ହୋଇଯାଇଥିଲେ ।ଦୁଇ ଦିନଧରି ପରିବାର ବର୍ଗ ଲୋକ ବହୁ ଖୋଜା ଖୋଜି କରିବା ପରେ ଶେଷରେ ନାରାୟଣପାଟଣା ଥାନା ରେ ଏକ ମାମଲା ରୁଜୁ କରିଥିଲେ ।ଦୀର୍ଘ ନ ଦିନ ଧରି ପୋଲିସ ଏବଂ ପରିବାର ବର୍ଗ ଲୋକ ଖୋଜା ଖୋଜି କରିବା ପରେ ଗତକାଲି ତୁଳସୀ ସାହୁକାର ଙ୍କ ମୃତ ଦେହ ଗାଁ ଠାରୁ ଏକ କିଲୋମିଟର ଦୂର ଏକ ଛୋଟିଆ ପାହାଡ ଘଂଚ ଜଙ୍ଗଲ ରେ ସନ୍ଧ୍ୟା ରେ ଠାବ ହୋଇଥିଲା ।ପରିବାର ଲୋକ ଏନେଇ ପୋଲିସ କୁ ସୁଚନା ଦେବାରୁ ଆଜି ପୋଲିସ ସହ କୋରାପୁଟ ର ସାଇଣ୍ଟିଫିକ୍ ଟିମ୍ ସହ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ଉପସ୍ଥିତ ରେ ଶବ ଚିହ୍ନଟ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା ।ଦୀର୍ଘ ଦିନ ହେବ ଶବ ର ଶରୀର ନଷ୍ଟ ହେଇଯାଇଥିଲା ।ପରେ ଡାକ୍ତର, ମାଜିଷ୍ଟ୍ରେଟ,ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ,ପରିବାର ସଦସ୍ୟ ଙ୍କ ଉପସ୍ଥିତିରେ ରେ ଶବ ଚିହ୍ନଟ ହେବା ପରେ ଶବ ବ୍ୟବଛେଦ ହୋଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟା ରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତେବେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ତୁଳସୀ ସାହୁକାର ଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି।ପ୍ରଥମ ସ୍ତ୍ରୀ ଙ୍କ  ପରିବାର ସହ ଅବସର ପରେ କୁମ୍ଭାରୀ ରେ ରହିଆସୁଥିଲେ  ।ଜଣେ ମେଳାପି ନିଷ୍ଠା ଭଦ୍ର ଭାବେ ଅଂଚଳରେ ସୁନାମ ଅର୍ଜନ କରିଥିଲେ।ଗତ କିଛିଦିନ ହେବ ସେ ମାନସିକ ରୋଗରେ ଚିନ୍ତିତ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।ତେବେ ଏନେଇ ସେ ପରିବାର ର କାହାରିକୁ କିଛି କହିନଥିଲେ । କାହିଁକି ଏପରି ଘଟଣା ଘଟିଲା ସେ ନେଇ ପରିବାର ସଦସ୍ୟ ପାଖରେ କିଛି ସୁଚନା ନାହିଁ। ଶେଷକୃତ୍ୟ ସମ୍ପନ୍ନ ବେଳେ ଦୁଇ ସ୍ତ୍ରୀ ସହ ପୁଅ ଝିଅ ସ୍ଥାନୀୟ ଗ୍ରାମବାସୀ ସହ ଶତାଧିକ ପରିବାର ସମ୍ପର୍କୀୟ ଉପସ୍ଥିତ ଥିଲେ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜୟପୁର ଗ୍ରାମରେ ଦେଶୀ ମଦର ବନ୍ୟା; ବେଆଇନ ମଦ କାରବାରକୁ ବନ୍ଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ,ଅବକାରୀ ବିଭାଗ ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ 

masiha

Leave a Comment

error: Content is protected !!