ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଦିବସ ବିଜୁ ଜନତା ଦଳ ପକ୍ଷରୁ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମାରୋହ ରୁପ୍ରାରୋଡ୍ ଠାରେ ମହାସମାରୋହରେ ହେଲା ପାଳନ

ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି
 ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଦିବସ ବିଜୁ ଜନତା ଦଳ ପକ୍ଷରୁ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମାରୋହ ରୁପ୍ରାରୋଡ୍ ଠାରେ ମହାସମାରୋହରେ ହେଲା ପାଳନ

ରୁପ୍ରା, ୫/୩ (ଅଜୟ ସେନାପତି) : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ରୁପ୍ରାରୋଡ୍ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦାନ କରିଥିଲେ, ସେହିପରି ସମ୍ମାନିତ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀଳମଣି ସାହୁ, ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର୍ ସରପଞ୍ଚ ଶ୍ରୀଯୁକ୍ତ ଅନନ୍ତରାମ ମାଝୀ, ବିଜେଡିର ବରିଷ୍ଠ ନେତା ଶ୍ରୀଯୁକ୍ତ ସରୋଜ କୁମାର ରାଉତ, ଶାନ୍ତପୁର୍ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଟିକେଧର ସାହୁ, ନର୍ଲାବ୍ଲକ୍ ର ମହିଳା ନେତ୍ରୀ ଶ୍ରୀମତୀ ପ୍ରମିଳା ପଧାନ, କେସିଙ୍ଗା ବ୍ଳକର ଶ୍ରୀମତୀ ପ୍ରମିଳା ଷଡଙ୍ଗୀ, ମଦନପୁର ରାମପୁରର ଦଳୀୟ ନେତା ଶ୍ରୀଯୁକ୍ତ ପ୍ରେମସାଗର ନାଏକ ଓ ଶ୍ରୀଯୁକ୍ତ ବିକାଶ ରଞ୍ଜନ ସିଂଦେଓ, ନର୍ଲାବ୍ଲକ୍ ର ମନମୋହନ ନାୟକ ତଥା କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ପଦାଧିକାରୀ ନେତା ଯୋଗଦେଇ ମଞ୍ଚାସୀନ ଥିଲେ। ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

 ଉପସ୍ଥିତ ଅତିଥିମାନେ ମାର୍ଚ୍ଚ୍ ୫ତାରିଖ ଦିନ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ପରିବର୍ତ୍ତେ, ଏପ୍ରିଲ୍ ୨୪-ଜାତୀୟ ପଞ୍ଚାୟତିରାଜ ଦିବସରେ ପାଳନ କରିବାକୁ ମୋହନ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। 

ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା, କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନିଷ୍ପତ୍ତି ହୀନମନ୍ୟତାର ପରିଚୟ ବୋଲି କହି ସମାଲୋଚନା କରିଛି ବିଜେଡି। ତେବେ ଦଳ ପକ୍ଷରୁ ବିଜୁ ଜୟନ୍ତୀ ରାଜ୍ୟବ୍ୟାପୀ ବୁଧବାର ପାଳନ କରାଯାଇଥିବା ବେଳେ ରୁପ୍ରାରୋଡ୍ ଠାରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜୁ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିଲା।

 ସ୍ବାଗତ ଅଭିଭାଷଣ ଶାନ୍ତପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଟିକେଧର ସାହୁ ପ୍ରଦାନ କରିଥିବା ବେଳେ ନର୍ଲାବ୍ଲକ୍ ର ବିଶିଷ୍ଟ ମଞ୍ଚ ପରିଚାଳକ ତଥା ସମାଜସେବୀ ଶ୍ରୀଯୁକ୍ତ ଗୋବିନ୍ଦ ତାଣ୍ଡି ବହୁତ୍ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଅତିଥି ମାନେ ଉକ୍ତ କାର୍ଯ୍ୟକ୍ରମରେ ମୋହନ ମାଝୀଙ୍କ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ନର୍ଲା ବିଧାନସଭାର ବିକାଶ ଡବଲ୍ ଇଞ୍ଜିନ୍ ଭାବରେ ଉଭୟ ପତିପତ୍ନୀ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଓ ତାଙ୍କ ସ୍ୱାମୀ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଦ୍ବାରା ହିଁ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ସମେତ ମଦନପୁର ରାମପୁର, କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକ୍ ର ଶତାଧିକ ଦଳୀୟ କର୍ମକର୍ତ୍ତା ଓ ମହିଳା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜେଡିର ବରିଷ୍ଠ ନେତା ତଥା ରୁପ୍ରା ପେକ୍ସ୍ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବାବା ଅଲିଖାନ୍  ଜିଲ୍ଲା କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ମନୋନୀତ

masiha

କଂଗ୍ରେସ ର କର୍ମୀ ସମ୍ମିଳନୀ…. ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

masiha

ଚନ୍ଦାହାଣ୍ଡି ମଣ୍ଡଳ ପ୍ରବାସ ବୈଠକ

Sunil Chandra Nayak

Leave a Comment

error: Content is protected !!