ପ୍ରାକ୍ତନ ଶିକ୍ଷକ କାଶୀନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଢେଙ୍କାନାଳ: ତା.୦୫.୦୩.୨୦୨୫ ରିଖ 🙁 ମ ନି ସ) ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଶିକ୍ଷକ କାଶୀନାଥ ମିଶ୍ରଙ୍କ ଦୁଃଖଦ ବିୟୋଗରେ ବିଦ୍ୟାଳୟର ଶିକ୍ଷୟିତ୍ରୀ,ଶିକ୍ଷକ,ଛାତ୍ରୀ,ଛାତ୍ର ଓ କର୍ମଚାରୀବୃନ୍ଦଙ୍କ ଦ୍ଵାରା ବିଦ୍ୟାଳୟର ପ୍ରାର୍ଥନା ସଭାରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ସମ୍ମିଳିତ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ବର୍ଗତ କାଶୀ ସାର୍ ଙ୍କ ବାସଭବନ ସମ୍ମୁଖରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ତାଙ୍କର ଅତି ପ୍ରିୟ ଘନିଷ୍ଠ ସହକର୍ମୀ,ସହଧର୍ମୀ ନନ୍ଦ କିଶୋର ଶତପଥି,ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ଯାଜପୁର ଜିଲ୍ଲା ସ୍କୁଲ୍ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପତି,ପ୍ରାକ୍ତନ ଶିକ୍ଷକ ପଣ୍ଡିତ ମାୟାଧର ନାୟକ,ଡ.ନିର୍ମଳ ସୁନ୍ଦର ମିଶ୍ର,ଜ୍ୟେଷ୍ଠ ପୁତ୍ର ଜ୍ଞାନ ଚାନ୍ଦ ମିଶ୍ର,ବିଘ୍ନରାଜ ମିଶ୍ର, ଧ୍ୟାନଚାନ୍ଦ ମିଶ୍ର,ପ୍ରେମଚାନ୍ଦ ମିଶ୍ର,ନିରଞ୍ଜନ ମାଟିଆ ମିଶ୍ର,ସୁଭାଷ କୁମାର ନନ୍ଦ,ସୁରେଶ କୁମାର ପଣ୍ଡା ଓ ସାର୍ ଙ୍କର ଅତି ପ୍ରିୟ ଘନିଷ୍ଠ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନେକ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକ,ବନ୍ଧୁ ପରିଜନ ନିଜ ଜୀବନରେ ଅର୍ଜନ କରିଥିବା ଅଭିଜ୍ଞତା ଓ ଅଭୁଲା ଅତୀତର ସ୍ମୃତିରାଜି ସବୁକୁ ରୋମନ୍ଥନ କରି ସ୍ବର୍ଗତ କାଶୀ ସାର୍ ଙ୍କ ଜୀବନର ସୁଦୀର୍ଘ ଚଲାପଥ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦୃଢ଼ ମତ ଉପସ୍ଥାପନ କରିଥିଲେ। ସ୍ଵୀୟ ବକ୍ତବ୍ୟରେ ତା.୦୪.୧୦.୧୯୩୧ ରିଖରେ ମାର୍ଥାପୁରରେ ଜନ୍ମିତ ଢେଙ୍କାନାଳ ଗୁଡ଼ିଆନାଳୀ ନିବାସୀ ଶିକ୍ଷାବିତ୍ କାଶୀନାଥ ମିଶ୍ରଙ୍କ ନିଜସ୍ଵ ବାସଭବନରେ ତା.୨୨.୦୨.୨୦୨୫ରିଖରେ ୯୮ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଥିଲା।ଜଣେ ବହୁମୁଖୀ ପ୍ରତିଭାର ପ୍ରତୀକ କାଶୀ ସାର୍ ପ୍ରଥମ ଶିକ୍ଷକତା ଜୀବନ ପାଲଲହଡ଼ାରୁ ଆରମ୍ଭ କରି ବେସିକ୍ ଟ୍ରେନିଂ ସ୍କୁଲ୍,ଅନୁଗୁଳ,କିଶୋର ନଗର ହାଇସ୍କୁଲ୍,ଯୁବରାଜ ହାଇସ୍କୁଲ୍,ତାଳଚେର ଓ ପରିଶେଷରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଲୋକପ୍ରିୟ ବରିଷ୍ଠ ଶିକ୍ଷାବିତ୍,ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘର ଅନ୍ୟତମ ସଦସ୍ୟ,ଜ୍ୟୋତିଷ ଶାସ୍ତ୍ର ପ୍ରବୀଣ, ଛାତ୍ରୀ ଛାତ୍ର ପ୍ରେମୀ ସଫଳ ଶିକ୍ଷକ,ନୃତ୍ୟ,ଗୀତ,ନାଟକ ଅଭିନୟ,ନିର୍ଦ୍ଦେଶନା,ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ ଭାବରେ ତଥା ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ, ସ୍ନେହୀ,ଉଦାରବାଦୀ, ପରୋପକାରୀ,ଜଣେ ନିଷ୍ଠାପର କର୍ମଜୀବୀ, ଧର୍ମପ୍ରାଣ,ବିଜ୍ଞାନମନସ୍କ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି।ତାଙ୍କର ଅନେକ ଲେଖା ସେତେବେଳର ବିଦ୍ୟାଳୟର ମୁଖପତ୍ର “ଅଞ୍ଜଳି”ରେ ପ୍ରକାଶିତ ହୋଇ ଆଦୃତି ଲାଭ କରିଥିଲା ବୋଲି କହିଥିଲେ । ଅନାକୃତିକୁ ଆକୃତି,ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ହୋଇ କାଶୀ ସାର୍ ଅମରତ୍ୱ ଲାଭ କରିଛନ୍ତି ବୋଲି ତାଙ୍କର ଅନେକ ପ୍ରିୟ ଛାତ୍ରଙ୍କ ସମେତ ସମସ୍ତ ବକ୍ତା ଦୃଢ଼ ମତପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ତାଙ୍କର ଫଟୋ ଚିତ୍ରରେ ପୁଷ୍ପ,ଧୂପ ଆଦି ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ସମ୍ମିଳିତ ନୀରବ ପ୍ରାର୍ଥନା କରାଯାଇଥିଲା ।ପରିଶେଷରେ ସଭାର ଆବାହକ,ସଂଯୋଜକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତେ ସମ୍ମିଳିତ ପଙ୍କ୍ତି ଭୋଜନରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ପ୍ରାକ୍ତନ ଶିକ୍ଷୟିତ୍ରୀ ସ୍ଵର୍ଣମୟୀ ଶତପଥୀ,ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଦିପ୍ତିଶ୍ କୁମାର ଶତପଥୀ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା,ଭୂପିନ୍ଦର ସିଂ ମାଝୀ,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଓ ତାଙ୍କର ଅନେକ ଛାତ୍ରୀ ଛାତ୍ର, ସମସ୍ତ ବନ୍ଧୁ ପରିଜନ ମଧ୍ୟ କାଶୀ ସାର୍ ଙ୍କର ମୃତ୍ୟୁଶଯ୍ୟା ନିକଟକୁ ଆସି ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଥିଲେ। ପୁରୀ ସ୍ବର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ଯଥାବିଧି ସମାପନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଜ୍ଞାନଚାନ୍ଦ ମିଶ୍ର ମୁଖାଗ୍ନି ପ୍ରଦାନ କରିବା ପରେ କାଶୀ ସାର୍ ଙ୍କର ନଶ୍ୱର ଶରୀର ପଞ୍ଚଭୂତରେ ଲୀନ ହେବା ସଙ୍ଗେ ସଙ୍ଗେ ଅମର ଆତ୍ମା ଅମରତ୍ଵ ଲାଭ କରିଥିଲା।
ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

