ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

ଜୁନାଗଡ଼,୮/୪(ମନୀସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ନାଟକ ଦେଖି ଯାଇଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୩ ଫେରାର ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି। 

ଗତ ୨୬ ତାରିଖ ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗାଁରେ ନାଟକ ପରିବେଷଣ ହେଉଥିଲା । ସନ୍ଧ୍ୟା ୭ଟାରେ ଜଣେ ଯୁବତୀ ଏକାକୀ ନାଟକ ଦେଖି ଯାଉଥିବା ବେଳେ ତୁଳସୀରାମ ବିଶ୍ବାଳ (୫୫ ) ଓ ଅନ୍ୟ ୩ ଜଣ ଯୁବତୀଙ୍କୁ ସେଠାରୁ ଟେକି ନେଇ ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ପାଇଁ ପୀଡ଼ିତା ଏ ବାବଦରେ କାହାକୁ କିଛି କହି ନଥିଲେ। କିନ୍ତୁ ଯୁବତୀଙ୍କ ରକ୍ତସ୍ରାବ ନ କମିବାରୁ ଗତ ୧ ତାରିଖରେ ଜୁନାଗଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଡାକ୍ତର ପରୀକ୍ଷା ବେଳେ ଗଣଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଜୁନାଗଡ଼ ଥାନାକୁ ଯାଇ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ତୁଳସୀରାମ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ୩ ଅଭିଯୁକ୍ତ ଫେରାର ଥିଲେ।ଏହି ସମ୍ବେଦନଶୀଳ ଘଟଣାରେ ଖୋଦ କଳାହାଣ୍ଡି ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାଁ ନ ଭିନ କରି ୩ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।ସେମାନେ ହେଲେ ଜଣେ ୧୭ ବର୍ଷ ନାବାଳକ,ଜୁନାଗଡ଼ ବାନଜୀବନ୍ଦ ପଡାର ଡିଙ୍ଗର ପ୍ରଧାନୀ(୨୧)ମସିଗାଁ ର,ନିଖିଳ ପୁଝରୀ(୧୯)ରହିଛନ୍ତି। ଜଣଙ୍କୁ ଜୁଭେନାଇଲ କୋର୍ଟ ଅନ୍ୟ ଦୁଇ ଜଣଙ୍କୁ ଜୁନାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡଗରା ବେଳାଭୂମି ପାଲଟିଛି ମଦ୍ଯପଙ୍କ ଆଡାସ୍ଥଳୀ, ପର୍ଯ୍ଯଟକଙ୍କୁ କରୁଛନ୍ତି ଦୁର୍ବ୍ଯବହାର, ନିଦରେ ଶୋଇଛି ପୋଲିସ ପ୍ରଶାସନ 

Sunil Chandra Nayak

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

Sunil Chandra Nayak

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!