ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକରେ ୪୫ ଟି ଯୁଗ୍ମ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ , ୨- ମୌଳିକ ସୁବିଧାରୁ ବଞ୍ଚିତ ଜାମ୍ବେଡ଼ି ଓ ଗଣ୍ଡେନି ଦୁଇ ଗ୍ରାମବାସୀ 

ବନ୍ଧୁଗାଁ ବ୍ଲକରେ ୪୫ ଟି ଯୁଗ୍ମ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ବନ୍ଧୁଗାଁ ତା ୭/୪/୨୫ ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସର ବୈଠକ ଗୃହ ଠାରେ ଆଜି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ସର୍ବ ମୋଟ ୪୫ ଟି ଅଭିଯୋଗର ଶୁଣାଣି କରିଥିଲେ ସେଥି ମଧ୍ୟରେ ବ୍ୟକ୍ତି ଗତ ଭାବେ ୧୬ ଟି ସାମୁହିକ ଭାବରେ ୨୯ ଟି ଅଭିଯୋଗ ରହିଥିଲା। ଏହି ଶିବିର ସ୍ଥାନୀୟ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରହିତ ବର୍ମା, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ। ଏହା ସହିତ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା,ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡିକା ଓ ବିଧାୟକ ପ୍ରତିନିଧି ଡି ଏଙ୍କାଟି ପ୍ରମୁଖ ଉପସ୍ଥିତ ରହି ଥିଲେ।କଳାକାରଙ୍କ ବାଦ୍ୟ ଯନ୍ତ୍ର ପାଇଁ ୧ , ଚେକଡେମ ପାଇଁ ୪ ଟି, ପ୍ରଧାନମନ୍ତ୍ରୀ ଆବାସ ପାଇଁ ୫ ଟି, ଯାତାୟତ ପାଇଁ ସଡ଼କ ପାଇଁ ୮ ଟି, ତହସିଲ କାର୍ଯ୍ୟାଳୟ ପାଇଁ ୬ ଟି, ପିଇବା ପାଣି ପାଇଁ ୮ ଟି, ପୋଲିସ ଥାନାରେ ଅଟକ ରଖି ଥିବା ବାଲି ଟ୍ରାକ୍ଟର ପାଇଁ ୧ ଟି, ବିଜୁଳୀ ସଂଯୋଗ ପାଇଁ ୩ ଟି, ରେବତୀ ଗୁଡା ଅଙ୍ଗନୱାଡ଼ି ଙ୍କୁ ଚାକିରି ପାଇଁ ୧ ଟି ଓ ବଡସରପଲ୍ଲୀ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଲାଞ୍ଚ ପାଇଁ ୧ ଟି କରି ମୋଟ ୪୫ ଟି ଅଭିଯୋଗ ଶୁଣାଣି କରିଥିଲେ। ଆଜି ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ କଳାକାର ଏକତ୍ରିତ ହୋଇ ଲିଖିତ ଭାବେ ବାଦ୍ୟ ଯନ୍ତ୍ର ଯୋଗାଇବା ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ପରିଚିତ ସୁନୀତା ମେଲେକା ଙ୍କ ନେତୃତ୍ଵ ରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଥିଲେ। ଡ଼୍ରାଇଭର ୟୁନିୟନ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ନିଜର ସମସ୍ୟା ସମାଧାନ ପାଇଁ ଆସିଥିଲେ ମଧ୍ୟ ଏସ ଡି ପି ଓ ବିରଞ୍ଚି ନାରାୟଣ ଜଗତ ଓ ଆଇ ଆଇ ସି ପ୍ରସନ୍ନ କୁମାର ମିଶ୍ର ଙ୍କ ହସ୍ତକ୍ଷେପ ପରେ ସମାଧାନ ଓ ବଡସରପଲ୍ଲୀ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ର ଲାଞ୍ଚ ମାଗିବା ବିଷୟ ଜାଣିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବନ୍ଧୁଗାଁ ଥାନା ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ।ଓ ଆଜିର ଉକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଅଭିଯୋଗ ଶିବିରଟି ବଡ଼ ନିୟାରା ଥିଲା ଏବଂ ଅନ୍ୟ ପ୍ରକାରର ଥିଲା କିରଣ ଏହି ଶୁଣାନିରେ ନିଜେ ଜାଲ୍ଲାପାଳ ଅଭିଜଗକାରିଙ୍କୁ ଓ ସେହି ଵାଭାଗର ଅଫିସରଙ୍କୁ ମିଶାଇକି ସମାଳଚଳା କରିଛନ୍ତି ଯେପରିକି ଅଭିଜଗକାରିଙ୍କ ଅଭିଜଗଟି କଣ ଓ ତା’ର ସମାଧାନ କ’ଣ ପାଇଁ ହେଇ ପାରୁ ନାହିଁ ତାହା କେମିତି ହେବ ସେ ମାଧ୍ୟମରେ ଆଜି ଜିଲ୍ଲାପାଳ ବହୁତ ଫୋକସ କରିଥିଲେ ତେଣୁ ଆଜି ଉପସ୍ଥିତ ରହିଥିବା ଲୋକ ଖୁସୀଶ୍ୟବ୍ୟସ୍ଥ ହୋଇଥିଲେ।

 ମୌଳିକ ସୁବିଧାରୁ ବଞ୍ଚିତ ଜାମ୍ବେଡ଼ି ଓ ଗଣ୍ଡେନି ଦୁଇ ଗ୍ରାମବାସୀ 

ବନ୍ଧୁଗାଁ ତା, ୩/୪/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କେ.ଜାଗୁଗୁଡା, ପଞ୍ଚାୟତ ଅନ୍ତର୍ଗତ ଯାମ୍ବେଡିଓ ଗଣ୍ଡେନି ଦୁଇ ଗ୍ରାମବାସି I ଏହି ଦୁଇ ଗ୍ରାମ ବନ୍ଧୁଗାଁ ବ୍ଲକ ଠାରୁ ମାତ୍ରକ ୨୦ କିଲୋମିଟର ଦୂରରେ ରହିଅଛି I ଏହି ଦୁଇଗ୍ରାମର ଲୋକେ ଅଭିଶପ୍ତ ର ଅନ୍ଧକାର ରେ ପଡ଼ିରହିଛି l କୌଣସି ପ୍ରଶାସନ ଅଧିକାରୀଙ୍କ ପାଦ ପଡୁନଥିବା ଯୋଗୁଁ ଗ୍ରାମବାସୀ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଉକ୍ତ ଯାମ୍ବେଡ଼ି ଗ୍ରାମରେ ୧୦ ଘର ଓ ଗଣ୍ଡେନି ଗ୍ରାମରେ ୯ ଘର ଆଦିବାସୀ ପରିବାର ପ୍ରାୟ ୨୫ ବର୍ଷ ହେବ ବସବାସ କରିଆସୁଛନ୍ତି । ଝାମ୍ବେଡି ଓ ଗଣ୍ଡେନି ଗ୍ରାମକୁ ଯିବାକୁ ହେଲେ ଡେରେକା ଗ୍ରାମରୁ ତିନୋଟି ପାହାଡ଼ ଚଢ଼ି ପ୍ରାୟ ୩ କିଲୋମିଟର ଦୂର ଚାଲି ଚାଲି ଯାଇ ଗୋଟିଏ ନଦୀ ପାର କରିବାକୁ ପଡ଼ିଥାଏ । ଗ୍ରାମର କୌଣସି ରୋଗୀ ବା କୌଣସି ଗର୍ଭବତୀ ମହିଳା ମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେବାକୁ ହେଲେ ଛଅ କିଲୋମିଟର ପର୍ଯ୍ୟନ୍ତ ଭାରରେ ବୋହି ଆମ୍ବୁଲାନ୍ସ ଯୋଗେ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥାଏ । ଗ୍ରାମବାସୀଙ୍କ ପାଖରେ କୌଣସି ଚାରା ନଥିବାରୁ ପାହାଡ଼ ଉପରେ ଚାଷ କାମ କରି ପେଟ ପୋଷନ୍ତି I ଯାମ୍ବେଡି ଗ୍ରାମରେ ଗୋଟିଏ ନଳକୂପ ମଧ୍ୟ ଅଛି କିନ୍ତୁ ସେହି ନଳକୂପ ରୁ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁନି ଗ୍ରାମବାସି ବାଧ୍ୟ ହୋଇ ନଦୀ ଓ ଝରଣା ଉପରେ ଭରସା କରି ଚାଲିଛନ୍ତି । ସେଠିକାର ଲୋକେ ଅଧିକାଂଶ ସମୟରେ ଦୈନିକ ଜୀବନର ସୋଉଦା ପତ୍ର ପାଇଁ ୧୩ କିଲୋମିଟର ଦୂର କୁମ୍ଭାରିପୁଟ ର ଶନିବାର ହାଟ ନଚେତ୍ ବୁଧବାର ଦିନ ଡୁମାଡ଼ଙ୍ଗର ହାଟ ଉପରେ ଭରସା କରନ୍ତି l ଯାମ୍ବେଡି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଟିଏ ଅଛି, ନାଁ ପିଲାଙ୍କୁ ପଢିବା ସ୍କୁଲ ନାଁ ଅଙ୍ଗନୱାଡ଼ି କେନ୍ଦ୍ର ଅଛି l ଉକ୍ତ ବିଷୟକୁ ନେଇ ୨୦୨୩ ମସିହାରେ ଦୁଇ ଗ୍ରାମର ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ବିଷୟ ବସ୍ତୁକୁ ପ୍ରମେୟ ଖବର କାଗଜ ମାଧ୍ୟମରେ ପ୍ରସାରିତ କୋରାଯାଇଥିଲା କିନ୍ତୁ ଏଥିପ୍ରତି ପ୍ରଶାସୋନର ନଜର ଆଡକୁ ଗଲାନାହିଁ I ଦୁଇବର୍ଷ ପରେ ଫୁଣିଥରେ ଦୁଇ ଗ୍ରାମର ଲୋକଙ୍କୁ ମୌଳିକ ସୁବିଧା ଯୋଗାଈ ଡିଆଯିବା ପାଇଁ ପୁନର୍ବାର ଖବର ପ୍ରସାରଣ ପାଇଁ ବନ୍ଧୁଗାଁ ବ୍ଲକରୁ ଗଣ ପ୍ରତିନିଧି ଦୁଇ ଗ୍ରାମକୁ ପହଂଚିଥିଲେ I ପ୍ରଶାସନର ନଜର ପଡୁନଥିବା ଯୋଗୁଁ ଗ୍ରାମର ଅନେକ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଚାଲିଯିବାକୁ ବସିଛିl ତେଣୁକରି ଜିଲ୍ଲା ପ୍ରଶାସନର ନଜର ଜମ୍ବେଡି ଗ୍ରାମ ଉପରେ ପଡ଼ିବ ନିହାତି ଦରକାର ବୋଲି ଗ୍ରାମବାସୀ କହିଛନ୍ତି ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ଆଷାଢ଼ସ୍ୟ ପ୍ରଥମ ଦିବସେ ସମୀକ୍ଷା ହେଲେ ସମ୍ମାନୀତ 

masiha

Leave a Comment

error: Content is protected !!