ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାହାଡ଼ ଶିଖରରେ ଡୋକରି ଦେବୀଙ୍କ ଚୈତ୍ର ଯାତ୍ରା ରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ପାହାଡ଼ ଶିଖରରେ ଡୋକରି ଦେବୀଙ୍କ ଚୈତ୍ର ଯାତ୍ରା ରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଚୈତ୍ର ମାସ ର ଶେଷ ମଙ୍ଗଳବାର ରେ ଗ୍ରାମ ଦେବାଦେବୀ ଙ୍କ ଚୈତ୍ର ଘଟ ଯାତ୍ରା ଶେଷ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଡୋକରି ପାହାଡ଼ ଶିଖର ରେ କେଉଁ ଏକ ଆବହାମାନ କାଳ ରୁ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ମଙ୍ଗଳବାର ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପାହାଡ଼ ଶିଖର ଚଢି ମା ଙ୍କୁ ଦର୍ଶନ କରିଛନ୍ତି। ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ପୂର୍ବବିଧି ଅନୁସାରେ ପାଳନ କରାଯାଇଛି। କାଶିବାହଲ ତଥା ଏହି ଅଞ୍ଚଳ ରେ ବସବାସ କରୁଥିବା ଜନ ମାନସ ରେ ଦେବୀ ଙ୍କ ନିକଟରେ ରହିଛି ଅଗାଢ଼ ବିଶ୍ୱାସ। ଯେଉଁ ଶ୍ରଦ୍ଧାଳୁ ମାନେ ଯାହା ମାନସିକ କରନ୍ତି ତାହା ଅବଶ୍ୟ ପୂରଣ ହୁଏ ବୋଳି ବିଶ୍ୱାସ ରହିଛି।ଏହି ଚୈତ୍ର ପର୍ବରେ ମା ଙ୍କ ନିକଟରେ ମାନସିକଧାରୀ ମାନେ ଶୁକ୍ଳ ଭୋଗ ସହ ଶହ ଶହ ସଂଖ୍ୟକ ବୋଦା କୁକୁଡ଼ା, ପାରା ବଳି ଦେଇଛନ୍ତି। ଡୋକରୀ ପାହାଡ଼ ସହିତ କାଶିବାହାଲ ଗ୍ରାମର ସଂସ୍କୃତି ପରମ୍ପରା ଜଡିତ ରହିଛି। ତେବେ କୋକସରା ଓ ଜୟପାଟଣା ରାଜସ୍ୱ ବିଭାଗ ପକ୍ଷରୁ ୪ ଗୋଟି କ୍ରସରକୁ ପଥର ଖନନ ପାଇଁ ଦୀର୍ଘ ବର୍ଷ ହେବ ଡୋକରି ପାହାଡ଼ ଖନନ ଅନୁମତି ମିଳିଛି,ଫଳରେ ଡୋକରୀ ପାହାଡ଼ ସହିତ ଅଞ୍ଚଳ ର ପରମ୍ପରା, ସଂସ୍କୃତି ଏବେ ତାର ପୂର୍ବ ଗୌରବ ଧୀରେ ଧୀରେ ହରାଇ ବସିଛି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।ଡୋକରୀ ପାହାଡ଼ରେ ଦିନରାତି ପଥର ଖନନ କରି କ୍ରସର ମାଲିକ ମାନେ ଡୋକରୀ ପାହାଡ଼କୁ ଖୋଲ କରି ସାରିଲେଣି।ଡୋକରୀ ପାହାଡ଼ର ଅସ୍ତିତ୍ବ ହରାଇଥିବାକୁ ନେଇ ପରିବେଶବିତ୍ ଓ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମ୍ୟ କମିଟିର ସଭାପତି କିଶୋର ଚନ୍ଦ୍ର ନାଏକ, କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଲ, ରୁଦ୍ର ପ୍ରସାଦ ନାଏକ,ଚମ୍ପେଶ୍ୱର ଚଲାନ,ଲୋକନାଥ ଚଣ୍ଡୀ ପୂଝାରୀ ବିକ୍ରମ ପୂଝୀରୀ, ମାଁ ଡୋକରୀଙ୍କ ଶିରା ମତିରାମ ବନ୍ଧିଛୋଡ,ଜଳନ୍ଧର ପାଳି, ଜତୀନ୍ଦ୍ର ଦଳାଇ, ରାମେଶ୍ୱର ଲହଜଳ, ଅଭିମନ୍ୟୁ ପାଳ, କୃପାସିନ୍ଧୁ ନାଏକ ଆଖପାଖ ଅଞ୍ଚଳର ଭକ୍ତ ଓ ଗ୍ରାମବାସୀ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସୋଲବନ୍ଧ,ଝୁଲେନବର,ବନକାବିହରଗ୍ରାମ ଇଷ୍ଟଦେବୀ ମାଁ ପୁଟୁକୀ ବୁଢୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

masiha

ପାଳନ ହେଲା ମା’ ଅମ୍ବିକା ଆଶ୍ରମର ପ୍ରତିଷ୍ଠା ଦିବସ ଓ ଅକ୍ଷୟ ତୃତୀୟା

masiha

ପେରାପେରୀ ପାହାଡ ଶୀର୍ଷରେ ପୂଜା ପାଉଛନ୍ତି ମା ବନଦୁର୍ଗା

Sunil Chandra Nayak

Leave a Comment

error: Content is protected !!