ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ
ମ.ରାମପୁର, ୨୦/୧୦(ମସୀହା): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ପଞ୍ଜିକୃତ କାର୍ଯ୍ୟାଳୟ ମ.ରାମପୁର ( ବୁରାଟ ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଣାପାଣୀ ସାହୁ, ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ର ଟ୍ରଷ୍ଟି ଇଭାମୟୀ ମାଝୀ, ଆଇନଜିଵୀ ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ପ୍ରଦୀପ କୁମାର ସାହୁ ଓ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ବାରା ୧୯ ଟି ଦୀପ ଓ ଉଚେଇ ଭେଲି ଉତ୍ପାଦିତ କମ୍ପାନୀ ର ନିର୍ଦ୍ଦେଶକ ଈଶ୍ଵର ସାହୁ ଙ୍କ ପୁଅ ୨୦ ନମ୍ବର ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟକ୍ରମ ଓ ୧୯ ବର୍ଷ ର ସଫଳତା ଓ ବିଫଳତା ବିଷୟରେ ଆଲୋଚନା କରିଥିଲେ। ଅତିଥି ମାନେ ଅନୁଷ୍ଠାନ ର ଜନ ହିତକର କାର୍ଯ୍ୟ କୁ ପ୍ରସଂଶା କରିବା ସହିତ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ ଉତ୍ସବରେ ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଉତ୍ତର ଦାୟୀ ଦଳ, କୃଷକ ଉତ୍ପାଦିତ କମ୍ପାନୀ ର କର୍ମକର୍ତ୍ତା , ଶକ୍ତିମୟୀ ଫାଉଣ୍ଡେସନ ର କର୍ମୀ ଓ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷ ରେ ଅନୁଷ୍ଠାନ ବାଳକୃଷ୍ଣ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମହାଶକ୍ତି ଫାଉଣ୍ଡେସନ ର ଶାଖା ପରିଚାଳକ ଭଗବାନ ରଣା, ମାମିତା ପୂଝାରୀ, ସବିତା, ଲିପି ପାଲ, ପୂର୍ଣ୍ଣମୀ ବଗର୍ତ୍ତି,ବଂଶୀ ରଣା ଓ କାର୍ଯ୍ୟାଳୟ ର କର୍ମକର୍ତ୍ତା ସହଯୋଗ କରିଥିଲେ।