ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ

ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ

ମ.ରାମପୁର, ୨୦/୧୦(ମସୀହା): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ପଞ୍ଜିକୃତ କାର୍ଯ୍ୟାଳୟ ମ.ରାମପୁର ( ବୁରାଟ ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଣାପାଣୀ ସାହୁ, ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ର ଟ୍ରଷ୍ଟି ଇଭାମୟୀ ମାଝୀ, ଆଇନଜିଵୀ ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ପ୍ରଦୀପ କୁମାର ସାହୁ ଓ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ବାରା ୧୯ ଟି ଦୀପ ଓ ଉଚେଇ ଭେଲି ଉତ୍ପାଦିତ କମ୍ପାନୀ ର ନିର୍ଦ୍ଦେଶକ ଈଶ୍ଵର ସାହୁ ଙ୍କ ପୁଅ ୨୦ ନମ୍ବର ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟକ୍ରମ ଓ ୧୯ ବର୍ଷ ର ସଫଳତା ଓ ବିଫଳତା ବିଷୟରେ ଆଲୋଚନା କରିଥିଲେ। ଅତିଥି ମାନେ ଅନୁଷ୍ଠାନ ର ଜନ ହିତକର କାର୍ଯ୍ୟ କୁ ପ୍ରସଂଶା କରିବା ସହିତ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ ଉତ୍ସବରେ ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଉତ୍ତର ଦାୟୀ ଦଳ, କୃଷକ ଉତ୍ପାଦିତ କମ୍ପାନୀ ର କର୍ମକର୍ତ୍ତା , ଶକ୍ତିମୟୀ ଫାଉଣ୍ଡେସନ ର କର୍ମୀ ଓ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷ ରେ ଅନୁଷ୍ଠାନ ବାଳକୃଷ୍ଣ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମହାଶକ୍ତି ଫାଉଣ୍ଡେସନ ର ଶାଖା ପରିଚାଳକ ଭଗବାନ ରଣା, ମାମିତା ପୂଝାରୀ, ସବିତା, ଲିପି ପାଲ, ପୂର୍ଣ୍ଣମୀ ବଗର୍ତ୍ତି,ବଂଶୀ ରଣା ଓ କାର୍ଯ୍ୟାଳୟ ର କର୍ମକର୍ତ୍ତା ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

masiha

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

masiha

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

Leave a Comment

error: Content is protected !!