ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର କାଶୀଆବେଡା ରାଜସ୍ବ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ାସାହିରେ ବିଦ୍ୟୁତ ଓ ରାସ୍ତା ଦାବି ଜୋରଦାର

ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର କାଶୀଆବେଡା ରାଜସ୍ବ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ାସାହିରେ ବିଦ୍ୟୁତ ଓ ରାସ୍ତା ଦାବି ଜୋରଦାର

ଏକ ମାସ ମଧ୍ୟରେ ବିଦ୍ୟୁତ ନ ମିଳିଲେ ଜନଆନ୍ଦୋଳନ ଚେତାବନୀ

ରାଇରଙ୍ଗପୁର- ୧୪/୦୯ : କୁସୁମୀ ବ୍ଲକ ଧାଙ୍ଗଡ଼ିମୁତା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାସିଆବେଡ଼ା ରାଜସ୍ୱ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ା ହାମ୍ଲେଟ୍‌ରେ ୧୪ରୁ ଅଧିକ ଆଦିବାସୀ ପରିବାର ଦୀର୍ଘଦିନ ଧରି ବିଦ୍ୟୁତ ଓ ଉନ୍ନତ ରାସ୍ତା ସୁବିଧାରୁ ବଞ୍ଚିତ ଅଛନ୍ତି।

ସମସ୍ୟା ସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏହାସହ ସମ୍ପୃକ୍ତ ବିଦ୍ୟୁତ ଓ ପ୍ରଶାସନିକ ବିଭାଗର ଅଧିକାରୀଙ୍କ ନିକଟରେ ଶୀଘ୍ର ବିଦ୍ୟୁତ ସଂଯୋଗ ଓ ରାସ୍ତା ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏନେଇ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଓ କୃଷିକାର୍ଯ୍ୟ ପ୍ରଭାବିତ ହେଉଛି।

ଏକ ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆ ନଗଲେ ଗ୍ରାମବାସୀଙ୍କ ସହ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ରାଜ ରାସ୍ତାକୁ ଗାଈଗୋରୁ ଛାଡ଼ିଦେବା ଘଟଣା…. ଏନ୍ଏସିର କାର୍ଯ୍ୟାନୁଷ୍ଠାନ, ଅସ୍ଥାୟୀ କାଞ୍ଜିଆ ହୁଦାରେ ଗାଈ ଗୋରୁ ଅଟକ

masiha

ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ 

Sunil Chandra Nayak

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

Leave a Comment

error: Content is protected !!