ବିକାଶ ନଗରର ବିଭାଗର କ୍ଳବ୍ ତରଫରୁ ୮ ମ ବାର୍ଷିକ ଗଣେଶ ପୂଜା
ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୧୪/୦୯ ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗରର ଡିଭାଇନ କ୍ଳବ୍ ଆନୁକୁଲ୍ଯରେ ୮ ମ ବାର୍ଷିକ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ସହ ଶୁଭାରମ୍ଭ ହୋଇଛି ।ସାହିର ଆବାଳବୃଦ୍ଧବନିତା ସମୂହ ନବ ବସ୍ତ୍ର ପରିଧାନ କରି ଭୋଗରାଗ ଧରି ପୂଜାର୍ଚ୍ଚନା କରିଥିଲେ ।ବହୁ ସଂଖ୍ଯାରେ ଶ୍ରଦ୍ଧାଳୁମାନେ ଆସି ଗଣେଶଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ସମସ୍ତଙ୍କୁ ଭୋଗରାଗ, ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ସଂନ୍ଧ୍ଯାରେ କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ଯକ୍ରମର ବ୍ୟବସ୍ଥା କରାଯାଇଛି ।କମିଟି ତରଫରୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି ସମସ୍ତେ ଆସି ଗଣେଶ ଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି,ଆଲୋକସଜ୍ଜା ପୂଜା ମଣ୍ଡପ ଦେଖିବା ସହ ଗଣେଶଙ୍କ ଆଶୀର୍ବାଦ ନିଅନ୍ତୁ ।

