ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

ମୁଁ ହାତ ଛାଡ଼ିବା ଲୋକ ନୁହେଁ, ସର୍ବଦା ଆପଣଙ୍କ ସାଥିରେ ଅଛି- ମଧୁ ମହାନ୍ତି

କଳାହାଣ୍ଡିରେ ଅନେକ ସମସ୍ୟା ରହିଛି। ଯେମିତି ଦାଦନ ସମସ୍ୟା ପ୍ରମୁଖ ହୋଇଥିବାବେଳେ ବେରୋଜଗାରୀ, ଯୁବକ ଯୁବତୀ ପାଠପଢ଼ି ବେକାରୀ, ମଦ ଯୋଗୁଁ ପରିବାର ଉଜୁଡି ଯାଉଛି। ପରିବାରର ମୁଖ୍ୟ ଯାହା ରୋଜଗାର କରୁଛି ତାହା ମଦପିଇ ସାରି ଦେଉଛନ୍ତି, ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଲାଗିରହିଛି, ଅନେକ ଖଣି ଥିବାବେଳେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରି ମାଲାମାଲ ହେଉଛନ୍ତି, ହେଲେ କଳାହାଣ୍ଡିର ବିକାଶ ଓ ଉନ୍ନତି ହୋଇପାରୁ ନାହିଁ। କଳାହାଣ୍ଡି ଜିଲ୍ଲାରେ ସବୁକିଛି ଥାଇ ଆଜି ମା’ ମାନଙ୍କ ଆଖିରେ ମୁଁ ନିରାଶ ହେବାର ଦେଖିଛି। ଛାତ୍ର ଜୀବନରେ ଯେଉଁ କଳାହାଣ୍ଡିକୁ ଦେଖୁଥିଲି ଆଜି ମଧ୍ୟ ସେମିତି ରହିଛି, କୈାଣସି ପରିବର୍ତ୍ତନ ହୋଇନାହିଁ।‌ ଆଜି କଳାହାଣ୍ଡି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ ସବୁ କ୍ଷେତ୍ରରେ ପଛକୁ ରହି ଯାଇଛି। ନାରୀ ମାନେ ଆଗକୁ ଆସିବାର ସମୟ ଆସିଛି। ନାରୀଶକ୍ତି ଏକ ଏମିତି ଶକ୍ତି ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିବ। ଆଜି କଳାହାଣ୍ଡିରେ ଭଙ୍ଗା ଚାଲ ଛପର ରହିଛି, ଲୋକଙ୍କ ପରିବର୍ତ୍ତନ ହୋଇପାରୁ ନାହିଁ। କଳାହାଣ୍ଡିକୁ ପରିବର୍ତ୍ତନ କରିବା ପାଇଁ ଆପଣଙ୍କ ସାଥ ଦରକାର ବୋଲି ଆଜି ଡିଫାଇନ କଳାହାଣ୍ଡିର ମୁଖ୍ୟ ମଧୁ ମହାନ୍ତି ଭବାନିପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଡିଫାଇନ କଳାହାଣ୍ଡିର କଳାହାଣ୍ଡି ବଞ୍ଚାଓ ସମାବେଶରେ ଯୋଗଦେଇ ଯୋରଦାର ଗର୍ଜିବା ସହ ଜଳ, ଜଙ୍ଗଲ ଓ ଜମିକୁ ବଞ୍ଚାଇବା ପାଇଁ ଜୀବନ ଥିବା ଯାଏଁ ସଂଗ୍ରହ ଜାରି ରହିବ ବୋଲି ମତ ପ୍ରକାଶ କରିଛନ୍ତି। ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ କଲେଜ ଛକରୁ ଏକ ବାଇକ୍ ଶୋଭାଯାତ୍ରା ବାହାରିଥିଲା। ମାଣିକେଶ୍ବରୀ ଛକ, ଷ୍ଟେଚୁ ଛକ, ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ସତ୍ୟ ସାଇ ସ୍କୁଲ ଛକ (ଘୋଡ଼ା ଘାଟ ଛକ) ଭାଗିରଥି ଇନ୍ ହୋଟେଲ, ଏମ୍ଏସ୍ଏ ଛକ ଦେଇ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ଡେଢ ହଜାରରୁ ଊର୍ଦ୍ଧ୍ଵ ବାଇକ୍ ସାମିଲ ହୋଇଥିବାବେଳେ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା। ଏହି କ୍ରମରେ ଅନେକ ଅଞ୍ଚଳରୁ ନୂତନ ସଦସ୍ୟ ଡିଫାଇନ କଳାହାଣ୍ଡି ସଂଗଠନରେ ଯୋଡ଼ି ହୋଇଥିବା ବେଳେ ସଂଗଠନର ମୁଖ୍ୟ ଶ୍ରୀ ମହାନ୍ତି ସେମାନଙ୍କୁ ସ୍ଵାଗତ କରିଥିଲେ। ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ସଭା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ରେ ଯୁବ ସାମ୍ବାଦିକ ସମ୍ମାନିତ

ଜିଲ୍ଳା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ସହାୟତା ରେ ବିଭିନ୍ନ ବ୍ଳକରୁ ୧୧୮ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଗଲେ

Sunil Chandra Nayak

ମୋହନଗିରୀ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!