ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

ହିଞ୍ଜିଳିକାଟୁ,୧୮/୭ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମ ନିକଟରେ ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଟ୍ରକ୍ ଏବଂ ବାଇକ୍ ମଧ୍ୟରେର ମୁହାଁ ମୁହିଁ ଧକ୍କା ରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ଭାବନ୍ଧ ଗ୍ରାମର ଗଙ୍ଗା ଦାସ (୩୦) । ତେବେ କ୍ଷତିପୂରଣ ଦାବି କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଏହି ଘଟଣାରେ ୨ ଟ୍ରକ୍ ଡ୍ରାଇଭର ଙ୍କୁ ଅଟକ ରଖିଥିବାବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ମଝିରେ ପଥର ରଖି ଏବଂ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାର ଖବର ପାଇ ହିଞ୍ଜିଳିକାଟୁ ତହସିଲଦାର, ହିଞ୍ଜିଳି ଆଇଆଇସି, ବେଲଗାଁ ଆଇଆଇସି ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । ସୂଚନା ପ୍ରକାରେ ଗଙ୍ଗା ଦାସ ଏକ ପଲସର–୨୨୦ ମୋଟରସାଇକେଲ (ନଂ ଓଡ଼ି- ୦୭- ଵିଏ -୬୩୩୦ ) ଯୋଗେ ନିଜ ଗ୍ରାମ ଭାବନ୍ଧରୁ କୁକୁଡାଖଣ୍ଡି ଗ୍ରାମ ଅଭିମୁଖେ ବାହାରିଥିବା ବେଳେ ଶିଖରପୁର ଗ୍ରାମ ନିକଟରେ ସାମ୍ନା ପଟରୁ ଆସୁଥିବା ଦୁଇଟି ଲୁହା ବୋଝେଇ ଛଅ ଚକିଆ ଟ୍ରକ (ନଂ ଓଡ଼ି – ୦୭- ବିଜି -୦୧୮୮ ଓ ଓଆର -୦୭- ଜେ – ୮୮୪୪ ) ସହ ମୁହାଁ ମୁହିଁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଗଙ୍ଗା ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ଶିଖରପୁର ଗ୍ରାମବାସୀ ଉଭୟ ଟ୍ରକ ଚାଳକଙ୍କୁ କାବୁ କରି ବେଲଗାଁ ଥାନାକୁ ଖବର ଦେଇଥିଲେ ଘଟଣାର ସୂଚନା ପାଇ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠୀ, ଆସିକା ଏସଡିପିଓ ସୌରଭ ପ୍ରଧାନ, ହିଞ୍ଜିଳି ତହସିଲଦାର ତପନ ମହାପାତ୍ର, ଭାବନ୍ଧ ସରପଞ୍ଚ କାଳିଆ ଦାସ, ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରେମାନନ୍ଦ ନାହାକ ଏବଂ ସାହାପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାହ୍ନୁ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ତେବେ ଏହି ଘଟଣାକୁ କୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ। ସ୍ଥାନୀୟ ଲୋକେ ପରିବାର କୁ କ୍ଷତିପୂରଣ ଦାବି କୁ ନେଇ ରାସ୍ତାରେ ପଥର ରଖି,ଟାୟାର ଜାଳି ରାସ୍ତାରୋକ ଅବରୋଧ କରିଥିଲେ। ଯାହାଦ୍ୱାର ବହୁ ସମୟଧରି ଭାବନ୍ଧ ରୁ ପାଟପୁର ଯିବା ମାର୍ଗରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ମୃତକ ଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଲୋଚନା ବେଳେ ପ୍ରଶାସନ ପକ୍ଷରୁ ଟ୍ରକ ଓ ମୋଟରସାଇକେଲର ବୀମା ନିୟମ ଅନୁଯାୟୀ ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷରେ ମୃତକଙ୍କ ପରିବାର ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିବା ଜଣାପଡ଼ିଛି। ତେବେ, ଶେଷ ସୂଚନା ମିଳିବା ସୁଦ୍ଧା ଏହି ଘଟଣାକୁ ନେଇ ସମ୍ପୃକ୍ତ ଥାନାରେ କୌଣସି ଲିଖିତ ଏତଲା କିମ୍ବା ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

Related posts

ବଜ୍ରପାତରେ ଜଣେ ମୃତ

masiha

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

masiha

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!