ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହନେରାରୀ ଡକ୍ଟରେଟ ଆୱାର୍ଡ-୨୦୨୫ ରେ ସମ୍ମାନୀତ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର:ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ 

ହନେରାରୀ ଡକ୍ଟରେଟ ଆୱାର୍ଡ-୨୦୨୫ ରେ ସମ୍ମାନୀତ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର:ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ

ନବରଙ୍ଗପୁର:(୩|୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ର ଗାଦବା ସାହି ଗୋପାଳ କୃଷ୍ଣ ମହାପାତ୍ର ଙ୍କ ଔରଷ ରୁ ମାତା ଶ୍ରୀମତୀ ନିବେଦିତା ମହାପାତ୍ର ଙ୍କ ଗର୍ଭରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଜନ୍ମ l ସେ ଅବିଭକ୍ତ କୋରାପୁଟ ଜିଲ୍ଲା ର ଜୟପୁର ସହରରେ ଏମ୍ ଫିଲ୍, ଏମ୍ ଏ, ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ ଆଣ୍ଡ ମେକାନିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଡିପ୍ଲୋମା ହେଲଥ ଆଣ୍ଡ ହସ୍ପିଟାଲ ମ୍ୟାନେଜମେଣ୍ଟ ଯୋଗ୍ୟତା ହାସଲ କରି ବୃତ୍ତି ଆଇନଜୀବୀ ସହ ସାମାଜ ସେବା ଓ ସାହିତ୍ୟ ଉପରେ ଆପଣାଇ ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ପଡ ପଦବୀ ରେ ରହି ସେବା କରି ଆସୁଛନ୍ତି l ଏଥିନେଇ ୨୦୦୫ରେ ସନ୍ଥ ତୁଳସୀ ଦାସ ରାଷ୍ଟ୍ରୀୟ ଓ ଫେଲୋସିପ ସମ୍ମାନ,୨୦୦୬ରେଓଡିଶା ସିଟିଜେନ ଏବଂ କଲଚୁରାଲ ଫୋରମ ୨୦୦୮ରେ ଶ୍ରୀ କ୍ଷେତ୍ର ସାରସ୍ବତ ସମ୍ମାନ (ଓଡିଶା ସାହିତ୍ୟ ଓ ସଂସ୍କୃତି ପରିଷଦ),୨୦୧୧ରେ ଦାକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ, ୨୦୧୬ରେ ପ୍ରକୃତି ମିତ୍ର (ଓଡିଶା ସରକାର),୨୦୨୩ ରେ ପ୍ରକୃତି ବନ୍ଧୁ (ଜିଲ୍ଲା ପ୍ରଶାସନ),୨୦୨୪ରେ ଭରତ ସେବା ପୁରସ୍କାର ଏବଂ ନେତାଜୀ ସୁବାଷ ବୋଷ ସ୍ମୃତି ପୁରସ୍କାର ଓ ୨୦୨୫ରେ ସମ୍ମାନ ଜନକ ଡକ୍ଟରେଟ, (ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ସାମାଜ ସେବା କ୍ଷେତ୍ରରେ)ପୁରସ୍କାର ପାଇ ନିଜେ ଗର୍ବିତ ହେବା ସହିତ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ହୋଇ ପାରିଛନ୍ତି l ଏ ନେଇ ସବୁରି ମହଲରୁ ପ୍ରସଂଶା ଛୁଟୁଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

masiha

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

masiha

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!