ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

ମୟୂରଭଞ୍ଜ ତା ୦୪-୧୨-୨୦୨୩. ( ମସିହା)”ଚାଷୀ ହସିଲେ ଦୁନିଆ ହସିବ”. ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ.।

ଏହି ପରିପ୍ରେକ୍ଷୀରେ ସରକାର ଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଚଳିତ ଡିସେମ୍ବର ମାସ ୧୦ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୦୨୩ -୨୪ ବର୍ଷ ଖରିପ ଋତୁ ପାଇଁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି.।

ଏଥି ନିମନ୍ତେ ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଚାଷୀ ଭାଇ ମାନଙ୍କ ଅବଗତି ନିମନ୍ତେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଏକ କୃଷକ ସଚେତନତା ରଥ କୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ .।

ଉକ୍ତ ରଥ କୁ ଶୁଭାରମ୍ଭ କରି ଉପଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ କି ଉକ୍ତ ରଥ ର ପରିକ୍ରମା ର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ଚାଷୀ ମଣ୍ଡି କୁ ତାଙ୍କର ଧାନ ବିକ୍ରୟ ପାଇଁ ଆସିବା ପୂର୍ବରୁ ଏହା ଜାଣିବା ନିତ୍ୟାନ୍ତ ଜରୁରୀ କି ବିକ୍ରି ପାଇଁ ଉଦିଷ୍ଟ ଧାନ ର ମାନ କିପରି ହେବା ଉଚିତ ଏବଂ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ତାଙ୍କୁ କ’ଣ କ’ଣ ନିୟମ ଅନୁସରଣ କରିବା ପାଇଁ ପଡିବ.।

ଉକ୍ତ ରଥ ଉପଖଣ୍ଡ ର ସମସ୍ତ ଗ୍ରାମ ପଂଚାୟତ କୁ ପରିକ୍ରମା ରେ ଯାଇ ଖରିଫ ଋତୁ ରେ ଧାନ ବିକ୍ରୟ ସମ୍ଭନ୍ଧ ରେ ଚାଷୀ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ ଯଦ୍ୱାରା ଚାଷୀ ମାନେ ସେମାନଙ୍କ ର ଧାନ ବିକ୍ରି ପାଇଁ ମଣ୍ଡି କୁ ଆସି କୌଣସି ସମସ୍ୟା ର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନ କୁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ/ମଣ୍ଡି ମାଧ୍ୟମ ରେ ଗୁଣାତ୍ମକ ମାନ (FAQ)ର ଧାନକୁ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରୟ କରି ଧାନର ସହାୟକ ମୂଲ୍ୟ ବ୍ୟାଙ୍କ ଖାତା ଜରିଆରେ ପାଇ ପାରିବେ. ପ୍ରକାଶ ଥାଉକି ସରକାର ଙ୍କ ତରଫରୁ ଚଳିତ ବର୍ଷ ସାଧାରଣ ବର୍ଗ ଧାନ କୁଇଣ୍ଟାଲ ପ୍ରତି ଦର ଟ.୨୧୮୩/-ଙ୍କା ଧାର୍ଯ୍ୟ କରାଯାଇଛି.।

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ଏ. ଆର. ସି. ଏସ. ସୀମା ମୁର୍ମୁ, ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧ୍ୟ୍ୟକ୍ଷ ଦିନେଶ କୁମାର ବେହେରା ତଥା ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପର୍ଲିଆଗୁଡା ଗ୍ରାମବାସୀଙ୍କୁ ଯାତାୟାତରେ ସମସ୍ୟା, ସମସ୍ୟାର ସମାଧାନ କେବେ ?

masiha

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ 

masiha

Leave a Comment

error: Content is protected !!