ନବରଙ୍ଗପୁର, ୨୦/୦୩( ମସିହା ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା U.G.M.E., ବିଦ୍ୟାଳୟ, ନବରଙ୍ଗପୁର ଆଈନଜୀବି, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ SC & ST Prevention of Atrocities Act ଏବଂ ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ଶ୍ରୀଯୁକ୍ତ ଜନକ ରାଉତ ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ବିଷୟରେ ସଚେତନ କରିଥିଲେ । ନନ୍ଦାହାଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ, ଆଇନଜୀବୀ ରାଜ କିଶୋର ନାଗ,ଆଇନଜୀବୀ କିଶୋରୀ ପଟ୍ଟନାୟକ ଓ ଜିଲ୍ଲା ପରିଷଦ ନନ୍ଦାହାଣ୍ଡି ବ୍ଲକ ଶ୍ରୀ ଦିବ୍ୟଦନ ସୁନା ଭାଗନେଇ ବିଭିନ୍ନ ଆଈନ ବିଷୟରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍