ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଧୀନ ରାହାମା ମକର ପଡିଆ ନିକଟସ୍ଥ ସେଣ୍ଟ ଜାଭିୟର ହାଇସୁଲର ବାର୍ଷିକ ଉତ୍ସବ, ବିଦ୍ୟାଳୟର ଅଧ୍ୟକ୍ଷ ଗୋଲେଖ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅରିଲୋ ଶିଶୁଅନନ୍ତ ଆଶ୍ରମର ସନ୍ଥ ଡକ୍ଟର ଚିଦାନନ୍ଦ ବ୍ରହ୍ମଚାରି ଯୋଗଦେଇ,ପରିବାର ମଧ୍ୟରେ ପୁତ୍ରକନ୍ୟା ମାନଙ୍କୁ ସାମାଜିକ ସଂସ୍କାରର ଶିକ୍ଷା ଦେବାର ଗୁରୁତ୍ୱ, ଜୀବନ ଗଠନରେ ସହାୟକ ହେବବୋଲି ମତ ଦେଇଥିଲେ ! ମୁଖ୍ୟବକ୍ତା ଭାବେ ସୁଭାଷ ଚନ୍ଦ୍ର ରାଉତ ବିଦ୍ୟାର୍ଥୀ ଜୀବନ ଭବିଷ୍ୟତ ଗଠନର ମୁଳୁଦୁଆ ବୋଲି କହିଥିଲେ ! ସମ୍ମାନିତ ଅତିଥିଭାବେ ପ୍ରସନ୍ନ କୁମାର ପଟ୍ଟନାୟକ, ଶରତ କୁମାର ବାରିକ, ନାରାୟଣ ଚନ୍ଦ୍ର ବାରିକ, ବସନ୍ତ ମଞ୍ଜରୀ ଦାସ,ବ୍ରଜ କିଶୋର ମହାରାଜ,ସୁନାକର ବେହେରା,ବସନ୍ତ କୁମାର ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନେ କିପରି ନିଜ କ୍ୟାରିଅର କୁ ଉଚ୍ଚାଭିମୁଖୀ ଗଢି ତୋଳିବେ ନିଜ ନିଜର ମତ ଥିବାବେଳେ,ସ୍ୱାଗତ ଭାଷଣ ଅଧ୍ୟକ୍ଷ ଗୋଲଖ ଚନ୍ଦ୍ର ସ୍ୱାଇଁ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ ରାଧାରାମ ଶତପଥି ଉପସ୍ଥିତ ଅତିଥି ଓ ସମ୍ମାନିତ ବ୍ୟକ୍ତିଙ୍କ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ! ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ସୋନାଲି ସୁନନ୍ଦା ସୁତାର, ଇତିଶ୍ରୀ ସ୍ୱାଇଁ, ସାଗରୀକା ସାହୁ, ସନ୍ଦୀପ୍ତା ମହାନ୍ତି, ପୂଜା ପାତ୍ର, ଚନ୍ଦନା ସ୍ୱାଇଁ ଏବଂ ଭାଗ୍ୟଶ୍ରୀ ପରିଜା ! ଅଲମ୍ପିୟାଡ଼ ସ୍ଵର୍ଣ୍ଣପଦକ ପ୍ରାପ୍ତ ଛାତ୍ର ସତ୍ୟରଞ୍ଜନ ବେହେରାଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା ! ପରିଶେଷରେ ନୃତ୍ୟଗୁରୁ ଚନ୍ଦ୍ରକାନ୍ତ ବାରିକ ଓ ମୁରଲୀଧର ଗୋଛା୍ୟାତଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ 

masiha

ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

masiha

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

masiha

Leave a Comment

error: Content is protected !!