ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ

କାମାକ୍ଷାନଗର (ମନିସ )6/2/25 // କାମାକ୍ଷାନଗର ସହରର ନୂଆଆଳତୁମାର ଯୋଗୀସାହି ରେ ଜଣେ ବିବାହିତ ଯୁବକ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଯୁବକର ମୃତ୍ୟୁ ସନ୍ଦେହ ଘେରରେ ରହିଥିବାର ଚର୍ଚ୍ଚା ହେଉଛି l ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ନିରଞ୍ଜନ ସ୍ୱାଇଁ ଙ୍କ ପୁଅ ପ୍ରିୟ ରଞ୍ଜନ କାମାକ୍ଷାନଗର ଥାନା ଅନ୍ତର୍ଗତ କଇଁବିଲ ଗ୍ରାମରେ ବିବାହ କରିଥିବା ବେଳେ ଗତ କିଛିଦିନ ଧରି ନୂଆ ଆଲତୁମା ଗ୍ରାମର ଯୋଗୀସାହିରେ ଏକ ଭଡା ଘରେ ରହି ଆସୁଥିଲେ l ଆଜି ପାରିବାରିକ କଳହ ଯୋଗୁଁ ପ୍ରିୟ ରଞ୍ଜନ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ପକ୍ଷରୁ ଦର୍ଶା ଯାଇଥିବା ବେଳେ ପ୍ରିୟରଞ୍ଜନ ଙ୍କର ମୃତ୍ୟୁ ସନ୍ଦେହ ଘେରରେ ଥିବାର ସାଧାରଣରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି l ପୁଲିସ ପକ୍ଷରୁ ମୃତ ଦେହ ଜବତ କରାଯାଇ ବ୍ୟବଛେଦର ବ୍ୟବସ୍ଥା କରାଯାଇଛି l ତେବେ ପ୍ରିୟ ରଞ୍ଜନଙ୍କର ମୃତ୍ୟୁ ର ସତ୍ୟାସତ୍ୟ ବ୍ୟବଛେଦ ରିପୋର୍ଟ ରୁ ଜଣାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକ ଙ୍କ ଆତ୍ମହତ୍ୟା ଉଦ୍ୟମ 

masiha

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

Sunil Chandra Nayak

Leave a Comment

error: Content is protected !!