ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ

ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟାରେ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ଓ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟର ଉଦଘାଟକ ଭାବେ ଇଂ ଅଭୟ କୁମାର ଦାସ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟକ ଇଂ ଦାସ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପୁସ୍ତକମେଳା ଆୟୋଜନ ର ଆବଶ୍ୟକତା ଓ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ପାଠାଗାରର ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ କାର୍ଯ୍ୟକ୍ରମ ଧାମରା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୃଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ଓ ନିରୁପମା ପତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଂସଦ ର ସମ୍ପାଦକ ସାହିତ୍ୟିକ ନୃସିଂହ ଚରଣ ବିଶ୍ବାଳ ମୁଖ୍ୟ ଅତିଥି ଓ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସାମ୍ପ୍ରତିକ କବିତା ର ବ୍ୟବଛେଦ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କବିତାର ଆଙ୍ଗିକ ଓ ଆତ୍ମିକ, ଯୁକ୍ତ ଛନ୍ଦ,ମୁକ୍ତ ଛନ୍ଦ,ଧାରା, ନୀତି ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଭାବେ ଆର୍ତ୍ତତ୍ରାଣ ମହାପାତ୍ର ଆଲୋଚ୍ୟ ବିଷୟ ଓଡ଼ିଆ ଭାଷାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରି ଭାଷା କିପରି କ୍ଷତିଗ୍ରସ୍ତ ହୋଇଛି ଓ ସେଥିରେ ଆମେ ଏହାକୁ ବଞ୍ଚାଇବା ପାଇଁ କି ପ୍ରଯତ୍ନ କରିଛନ୍ତି, ତାହାକୁ ଆତ୍ମସମୀକ୍ଷା କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ ତାଙ୍କ ବକ୍ତବ୍ୟରେ ଉଭୟ ଆଲୋଚ୍ୟ ବିଷୟ କୁ ତର୍ଜମା କରିଥିଲେ।ପ୍ରାରମ୍ଭରେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରାଜକୁମାର ମହାନ୍ତି ଙ୍କ ସଭାପତିତ୍ବ, ମୋନାଲିସା ଗୈାଡ ଓ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ସହରର ବହୁ କବି ତଥା ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ନିରୁପମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

     ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଡାକ୍ତର ଉତ୍ତମ ଚରଣ ଜେନା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର,, ବାଉରୀବନ୍ଧୁ ସାହୁ,ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ,ଡା ବସନ୍ତ କୁମାର ଦାସ,ଟୁକଲା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନଗଣନା କାର୍ଯ୍ୟରେ ନମ୍ବରିଙ୍ଗ କଲେ ଉପଜିଲ୍ଲାପାଳ

Sunil Chandra Nayak

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

masiha

Leave a Comment

error: Content is protected !!