ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

କୋରାପୁଟ :୧୧/୦୪- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ଖେଳ ପଡିଆରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ (ଓଡିଶା ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତୀକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟ କୁ ଛାଡି ୫୧ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କରାଯାଉଛି। ଅର୍ଥାତ ସମୁଦାୟ ୫୨ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯାଉଛି।ଜିଲ୍ଲା ମୁଖ୍ୟାଳୟରେ ୫ ହଜାର ରୁ ଉର୍ଦ୍ଧ୍ୱ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଡି ହେଇଛନ୍ତି।ଏହି ଯୋଜନା ମାଧ୍ୟମରେ କୋରାପୁଟ ଜିଲ୍ଲାରେ ୫ ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ କାର୍ଡ ବଣ୍ଟନ କରାଯିବ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩,୧୩,୦୫୦ କାର୍ଡ ଜିଲ୍ଲାରେ ପଂହଁଚିଛି। ପର୍ଯ୍ୟାୟ କ୍ରମେ ବଳକା କାର୍ଡ ଉପଲବ୍ଧ ହେବ। ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। କୋରାପୁଟ ଜିଲ୍ଲାରେ ୪ ଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( ଏ. ବି. ପିଏମ. ଜେ. ଏ. ୱାଇ – ଜି. ଜେ. ଏ. ୱାଇ ) ଯୋଜନାରେ ଅନୁବନ୍ଧିତ ଅଛନ୍ତି। ଏହାସହିତ ସାରା ଦେଶରେ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି। ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାର କାର୍ଡ ସହିତ ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଏକ କଲ୍ ସେଣ୍ଟର କରାଯାଇଛି ଯାହାର ନମ୍ବର ୦୬୭୪-୨୬୨୦୫୦୦ ଅଟେ।ଏହି ଯୋଜନାକୁ ନେଇ କିଛି ଅସୁବିଧା ହେଲେ ଏହି ନମ୍ବରରେ କଲ କରିପାରିବେ। ଏହି ଯୋଜନାକୁ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ପହଁଚେଇବା ପାଇଁ ଜିଲ୍ଲାରେ ୫୨ ଟି ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ ଏହାସହିତ ଲିଫଲେଟ, ପୋଷ୍ଟର, ବ୍ୟାନର ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ। ଯେପରି ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେ।ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରେ କଟକ ସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ଏହାପରେ ଏହି ଯୋଜନାର ୪୦ଜଣ ହିତାଧିକାରୀଙ୍କୁ ପ୍ରତୀକାତ୍ମକ ଭାବେ ଏହି ଏକକ କାର୍ଡ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ହିତାଧିକାରୀଙ୍କୁ ଖୁବ ଶୀଘ୍ର ଏହି କାର୍ଡ ପ୍ରଦାନ କରାଯିବ। ଏହି ପ୍ରରିପ୍ରେକ୍ଷୀରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ଯାହାକି ଜନସାଧାରଣ ମାନଙ୍କୁ ଏହି ଯୋଜନା ସମ୍ବନ୍ଧରେ ସଚେତନ କରାଇବ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ, କୋରାପୁ, ବ୍ଲକ ଅଧକ୍ଷା କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୀର ସାହା ସୁପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟସର ପୋକର ଜନ୍ମ ମଣିଷ ପାଇଁ

Sunil Chandra Nayak

ବାଣପୁର ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତାପାତ୍ରଙ୍କୁ  ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଢେଙ୍କାନାଳ ପୌରାଞ୍ଚଳର ତିନି ନମ୍ବର ୱାର୍ଡ ମଧୁବନରେ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!