ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର:ଉକ୍ତ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି କମିଟି ଓ ଗ୍ରାମବାସୀବୃନ୍ଦ       

ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର:ଉକ୍ତ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି କମିଟି ଓ ଗ୍ରାମବାସୀବୃନ୍ଦ                                                        

ନବରଙ୍ଗପୁର:(୪|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ବେନୋରା ଗ୍ରାମ ପଞ୍ଚାୟତ ଶଙ୍କରଡା ଆଦିବାସୀ ଗ୍ରାମରେ ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ ନିମ୍ନମାନର କାମ ଯୋଗୁଁ ବନ ସୁରକ୍ଷା ସମିତି କମିଟି ର ସଭାପତି ସୁରୁଦାସ ଗଣ୍ଡ, ଏବଂ ଗାଁ ଲୋକ ମାନେ ବିରୋଧ କରୁଛନ୍ତି l କାରଣ ହେଲା ଘର ଚୌଡା ଏବଂ ଲମ୍ବା କମ ଅଛି ଏବଂ ଫାଉଣ୍ଡେସନ ବି କମ ଗାତ କରିକି ଫାଉଣ୍ଡେସନ ହୋଇଛି, ଯଦ୍ୱାରା କି ନୂତନ ଗୃହ ଟି ମଜଭୁତ ହେବ ନାହିଁ l ସେଥିନେଇ କମିଟି ର କର୍ମକର୍ତ୍ତା ମାନଙ୍କ ସହ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି l ଉକ୍ତ ଗୃହ ନିମନ୍ତେ ଅଟକଳ ମୂଲ୍ୟ ଅlଠ ଲକ୍ଷ ପଚାଶ ହଜାର ମଞ୍ଜୁର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗୃହ ସଦୃଶ ନିର୍ମାଣ ହେଉଛି l ସେଥିନେଇ ଗ୍ରାମର ବୁଦୁରାମ ସାନ୍ତା, ରାଜୁ ପାଙ୍ଗି, କେଶରୀ ସାନ୍ତା, ଏମିତି ଗ୍ରାମର ସମସ୍ତେ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରୁଛନ୍ତି l ଏଣୁ ଗ୍ରାମବାସୀ ତଥା ବନ ସୁରକ୍ଷା କମିଟି ର ବିରୋଧ କୁ ବ୍ଳକ ପ୍ରଶାସନ ତଦନ୍ତ କରି ପ୍ରକୃତରେ ଗୃହ ନିର୍ମାଣ ଯେପରି ହେବା କଥା ସେପରି କରାଗଲେ ଗ୍ରାମବାସୀ ସହ କମିଟି ଖୁସି ହେବେ lତୁରନ୍ତ ତଦନ୍ତ କରାଯିବା ପାଇଁ ଗ୍ରାମବାସୀ ଓ କମିଟି କର୍ମକର୍ତ୍ତା ବୃନ୍ଦ ଦୃଢ ଦାବୀ କରିଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ,ୱାକାଥନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ

masiha

ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଏକ ମାମଲା ଦାଏର କଲା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ 

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!