ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଠାରେ ବନ ମହୋତ୍ସବ ପାଳିତ

ବେହେରା ଠାରେ ବନ ମହୋତ୍ସବ ପାଳିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାସ୍ଥିତ ଭାରତୀୟ ବିଦ୍ୟାଶ୍ରୀ ନିକେତନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ ହେଇଯାଇଛି। ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ଯ ଅତିଥି ଭାବେ ବେହେରା ବନପାଳ ସୀମା କୁମାରୀ ଧଙ୍ଗଡାମାଝୀ ଯୋଗଦେଇ ଗଛ ଲଗାଇବା ଓ ଯତ୍ନ କିପରି ନିଆଯିବ ସେ ବିଷୟରେ ବୁଝାଇଥିଲେ। ମୁଖ୍ଯବକ୍ତା ଭାବେ ଆମ ଜଙ୍ଗଲ ଯୋଜନା ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ଡି.ଓ. ରାହୁଲ ସେଠୀ ଓ ଯୁବକବି ରଜତ ବଂଶଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ କଲେଜ ପରିସରରେ ଛାତ୍ରଛାତ୍ରୀ ଓ ଅତିଥିଙ୍କ ଦ୍ବାରା ଶତାଧିକ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷାବିଭାଗ ଅଧ୍ୟାପିକା ସୁମନ ସିନ୍ଦୁର ପରିଚାଳନା କରିଥିବା ବେଳେ ଜୀବ ବିଜ୍ଞାନ ଅଧ୍ୟାପକ ଭାଗ୍ଯବାନ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରେଡକ୍ରସ ସ୍ବେଚ୍ଛାସେବୀ, ବନରକ୍ଷକ ନମିତା ବାଗ, କେଶବ ସାହୁ, ବିଭୁତି ନାଏକ, ପାରା ବନ ଅଧିକାରୀ କ୍ଷତ୍ରିୟ ନାଏକଙ୍କ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ଯାପିକା, କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ବିଶ୍ଵ ବନ ଦିବସରେ ବନରକ୍ଷୀ ସମ୍ମାନୀତ 

masiha

ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ

masiha

ଜଳେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଇନଜୀବୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!