ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ନବରଙ୍ଗପୁର:(୫|୫)(ରବି ନାରାୟଣ ମହାନ୍ତି )କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର ଉମରକୋଟ କୁ ଆସି ଉମରକୋଟ ଝରିଗାଁ, ରାଇଘର ଅଞ୍ଚଳର ଦୋକାନ ବଜାର କୁ ଯାଇ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିବା ସାଥେ ସାଥେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଭ୍ୟା ତଥା ବରିଷ୍ଠ ଉପଦେଷ୍ଟା ଶର୍ମିଷ୍ଠା ଦେଓ ଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିକଟରେ ରେଜିଷ୍ଟ୍ରିଭକ୍ତ ନ ଥିବା କଳାହାଣ୍ଡି ଜିଲ୍ଲାର କିନ୍ନର ମାନଙ୍କ କାର୍ଯ୍ୟକଳାପ କୁ ତଦନ୍ତ କରି ଆଗକୁ ପଦକ୍ଷେପ ନିଆଯାଉ ଏବଂ ଯେଉଁ ଜିଲ୍ଲାର କିନ୍ନର ସେହି ଜିଲ୍ଲାରେ ରହି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍ ବୋଲି ସଂଘର ଉପଦେଷ୍ଟା ଶ୍ରୀମତୀ ଦେଓ ଦାବି ଉପସ୍ଥାପନ କରିଥିଲେ ଏବଂ ଏ ସମନ୍ଧରେ ଏକ ଦାବି ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ର କୁ ଅନୁଧ୍ୟାନ ପୂର୍ବକ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଗାମୀ ଦିନରେ ଏ ସମସ୍ତ ବିଷୟ ତଦନ୍ତ କରି ନିଶ୍ଚିତ ଭାବରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଥାଉ ଥାଉ କଳାହାଣ୍ଡି ର କିନ୍ନର ମାନେ ଉମରକୋଟ ର କେତେକ ଅଣ କିନ୍ନର ମାନଙ୍କୁ କିନ୍ନର ଦର୍ଶାଇ କିପରି ଉମରକୋଟ କିନ୍ନର ସଂଘ ନାମରେ ଏକ ସଂଘ ଗଠନ କରିଛନ୍ତି ତାହା ତଦନ୍ତ କଲେ ସବୁ କଥାର ପର୍ଦ୍ଦାଫାଶ ହେବ ବୋଲି ସଂଘ ଦାବି ଉପସ୍ଥାପନ କରିଛି। ଆଜିର ସାକ୍ଷାତ କାର୍ଯ୍ୟକ୍ରମରେ କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର, ସଂଘର ସଦସ୍ୟା ମନ୍ଦିରା ନାୟକ, ସତ୍ୟବତୀ ନାୟକ, ଶେଫାଳୀ ବେବର୍ତ୍ତା ସମେତ ସଂଘର ସମସ୍ତ କିନ୍ନର ଉପସ୍ଥିତ ରହି ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

masiha

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

Leave a Comment

error: Content is protected !!