ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

ରୁପ୍ରା, ୧୬/୧୧ (ମନିସ) : ନର୍ଲା ରିପୋଟରସ୍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ରୁପ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଆୟୋଜିତ ହୋଇଯାଇଛି। ରିପୋଟରସ୍ କ୍ଲବର ଭାରପ୍ରାପ୍ତ ସଭାପତି ଶ୍ରୀ ତ୍ରିଲୋଚନ ଗଉଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି(ମୁନ୍ନା), ସମ୍ମାନିତ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ଜୋନ ୧ର ସଦସ୍ୟା ଶ୍ରୀମତୀ ନମ୍ରତା ସାହୁ, ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଡଲି ବେହେରା, ପଲମ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ଫୁଲୋ, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବେହେରା, ଏଭରେଷ୍ଟ ବିଜୟୀ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ଯୋଗବ୍ୟାସ ଭୋଇ, ମୁଖ୍ୟବକ୍ତା ରୂପେ ଶିକ୍ଷାବିତ ତଥା ଯୁବ ଗାଳ୍ପିକ ଶ୍ରୀଯୁକ୍ତ ଡିଲେଶ୍ଵର ରଣା ପ୍ରମୁଖ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଦିଗଙ୍ଗତ ସାମ୍ବାଦିକ ମାନଙ୍କ ପ୍ରତି ସମବେଦନା ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପୂଜାର୍ଚ୍ଚନା କରିବା ପରେ ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ପରେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଓ ଅତିଥି ମାନଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ସାମ୍ବାଦିକତାର ମୂଳମନ୍ତ୍ର ନିର୍ଭିକତା ଓ ସମ୍ବାଦର ଲିଖନ ଶୈଳୀ ଉପରେ ଗୁରୁତ୍ୱାରୋପ କରିବା ସହ ସମାଜରେ ଗଣମାଧ୍ୟମର ଆବଶ୍ୟକତା ତଥା ଭୁମିକା ଓ ଜିଲ୍ଲାର କଳା ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସାମ୍ବାଦିକ ମାନେ ଲିଖନୀ ଚାଲନା ଜାରି ରଖିବା ପାଇଁ ମତ ପ୍ରକାଶ କରିଥଲେ। 

 ଉକ୍ତ କାର୍ଯ୍ୟକ୍ରମରେ ରୁପ୍ରା ଗ୍ରାମ ପଞ୍ଚାୟତ ପୂର୍ବ ସରପଞ୍ଚ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ସେନାପତି ଓ ଶ୍ରୀଯୁକ୍ତ ଅକୃର ସାହୁ, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀ ମହେଶ୍ୱର ସାହୁ, ସମ୍ପାଦକ ଶ୍ରୀ ଗୌରଚନ୍ଦ୍ର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଆଦର୍ଶ ଯୁବକ ସଂଘର ସଭାପତି ଶ୍ରୀ ପ୍ରଦୀପ ସେନାପତି, ରୁପ୍ରା କ୍ଲଷ୍ଟର୍ CRCC ଶ୍ରୀ ଡମ୍ବରୁଧର ସାହୁ, ଶ୍ରୀପୁର୍ କ୍ଲଷ୍ଟର୍ CRCC ଶ୍ରୀ ରଘୁପତି ନାଏକ, ବିଜେପିର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପଦ୍ମଲୋଚନ ସେନାପତି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗରୁଡ ସାହୁ, ଶ୍ରୀ ବନମାଳୀ ସାହୁ, ଶ୍ରୀ ତେଜରାଜ ସାହୁ, ଶ୍ରୀ ବସନ୍ତ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିଲେ। ରିପୋଟରସ୍ କ୍ଲବର ସାମ୍ବାଦିକ ଶ୍ରୀ ଦୀପକ ଠାକୁର, ଶ୍ରୀ ପ୍ରଦୀପ କୁମାର ଗଉଡ, ଶ୍ରୀ ଅଜୟ କୁମାର ସେନାପତି, ଶ୍ରୀ ଅନୀଲ ଅଗ୍ରୱାଲ, ଶ୍ରୀ ଖଗେଶ୍ବର କୁମାର, ଶ୍ରୀ ଅନନ୍ତ ପାଲ, ଶ୍ରୀ ଗଣେଶ ବାଗଙ୍କ ସହ ନର୍ଲାବ୍ଲକ୍, କର୍ଲାମୁଣ୍ଡା ବ୍ଲକ୍, ମ.ରାମପୁର ବ୍ଲକ୍ ଓ କେସିଙ୍ଗା ବ୍ଳକରୁ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା ସୁଶ୍ରୀ ଝରଣା ପ୍ରଧାନୀ କରିଥିଲେ। ନିଳାଦ୍ରୀ ଉପାଧି ହାସଲ କରିଥିବା କବି ଶ୍ରୀ ଭାଗ୍ୟଧର ସାହୁ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ତିତକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ :- ଅଜୟ ସେନାପତି, ରୁପ୍ରା

Related posts

ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ; ୬୫ ଛାତ୍ରଛାତ୍ରୀଙ୍କୁ ୯୩ ଉପକରଣ ବଣ୍ଟନ 

Sunil Chandra Nayak

ଗାଁ ସାଥୀ(ମେଟ)ମାନଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Leave a Comment

error: Content is protected !!