ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ , ମଞ୍ଚସ୍ଥ ହେଲା ନାଟକ ହେଲୋ ନୀଲେଶ 

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ , ମଞ୍ଚସ୍ଥ ହେଲା ନାଟକ ହେଲୋ ନୀଲେଶ 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଶେଷ ରଜ ଦିନ ରାଉରକେଲା ର ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ରଜ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଆମ ସାମାଜିକ ଜୀବନରେ ଏହାର ପ୍ରଭାବ କିପରି ପ୍ରତିଫଳିତ ହୋଇଛି, ସର୍ବୋପରି ପ୍ରକୃତି ସହ କିପରି ନାରୀ ଜାତିକୁ ସମ୍ମାନ ଦିଆଯାଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଷଦର ସଭାପତି ଶ୍ରୀବତ୍ସ କୁଅଁର ସଭାପତିତ୍ବ ଅଭିଭାଷଣ, କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଅତିଥି ତଥା ବିଚାରକ ଭାବେ କୁଞ୍ଜବିହାରୀ ରାଉତ, ଦେବାଶିଷ ଷଡ଼ଙ୍ଗୀ, ସବିତା ପରିଡା ଓ ସାଗରିକା ପରିଡା, ଅକ୍ଷୟ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନାଟ୍ୟ ସଂସ୍ଥା ପ୍ରତିବିମ୍ବ ଦ୍ବାରା ନଟକ ହେଲୋ ନୀଲେଶ ମଞ୍ଚସ୍ଥ କରାଯାଇଥିଲା। ସେହିପରି ଅନୁଷ୍ଠାନ ତରଫରୁ ୫ ଜଣ ବରିଷ୍ଠ ନାଗରିକ, ବାସନ୍ତୀ ହାଇସ୍କୁଲର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଛାତ୍ରୀ ଆଲିଶା ରାୟଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଝିଲିମା ମହାନ୍ତି ଓ ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନା ରେ କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ ଭୁୟାଁ, ଉତ୍ତମ ବାରିକ, ଶୁକଦେବ ମହନ୍ତ,ଗଙ୍ଗାଧର ଜେନା,ଜଗଦିଶ ମୋହନ ପ୍ରହରାଜ, ବିଜୟ ପ୍ରଧାନ, ଲାଲଧର ସାହୁ, କୃଷ୍ଣଚନ୍ଦ୍ର ଡାକୁଆ, ରାଜୀବ ସିଂ, ସରୋଜ ବିଶ୍ବାଳ,ଅକ୍ଷୟ କୁମାର ଦାସ,କାମପାଳ ମହାନ୍ତି, ସୁଶାନ୍ତ କୁମାର ନାୟକ, ଭକ୍ତବନ୍ଧୁ ସେନାପତି, ଭକ୍ତହରି ମହାପାତ୍ର, ଶିଶିର ପଟ୍ଟନାୟକ, ପଦ୍ମଲୋଚନ ପଣ୍ଡା , ରସାନନ୍ଦ ନାୟକ, ଏସ ଆର ବୋଷ,ଦିଗମ୍ବର ପାଢ଼ୀ,ଟୁବୁ ଗୋସ୍ୱାମୀ, ସ୍ବର୍ଣ୍ଣଲତା ବାରିକ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

masiha

ବାତ୍ୟା ପ୍ରପୀଡିତ ଦିବ୍ୟାଙ୍ଗ ସୁମତି ଙ୍କୁ ସହଯୋଗ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

masiha

Leave a Comment

error: Content is protected !!