ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରେନ୍ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଚାପା  ଉତ୍ତେଜନା, ପୁଲିସ୍ ମୁତୟନ  କ୍ଷତି ପୂରଣ ଦାବି ନେଇ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ତଥା ଆତ୍ମୀୟ ସ୍ୱଜନ  

 କ୍ରେନ୍ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଚାପା  ଉତ୍ତେଜନା, ପୁଲିସ୍ ମୁତୟନ 

କ୍ଷତି ପୂରଣ ଦାବି ନେଇ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ତଥା ଆତ୍ମୀୟ ସ୍ୱଜନ  

ରୁପ୍ରା, ୧୨/୮ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଅହିଂସା ଛକର ଏୟାରଟେଲ ଟାୱାର୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କେସିଙ୍ଗା ପଟୁ ଆସୁଥିବା ଏକ କ୍ରେନ୍ ଧକ୍କାରେ ଜଣେ ବୃଦ୍ଧ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଉକ୍ତ ପିଡବ୍ଲୁଡି ରାସ୍ତାର କେସିଙ୍ଗା ପଟୁ ଆସୁଥିବା କ୍ରେନ୍ ନଂ OD 08Q 6166 ରୁପ୍ରା ଗ୍ରାମର ପ୍ରସାଦୁ ଭୋଇ ୮୦ବର୍ଷ ଙ୍କୁ ପଛପଟୁ ଧକ୍କା ଦେବାରୁ ପ୍ରସାଦୁ ତଳେ ପଡିଯାଇଥିଲେ, ସେ ତଳେ ପଡିଯିବା ପରେ ତାଙ୍କ ଉପରେ କ୍ରେନର ପଛଚକ ଚାଲି ଯିବାରୁ ପାଟି ପଟୁ ପ୍ରବଳ ରକ୍ତସ୍ରାବ ହେବାସହ ଘଟଣାସ୍ଥଳରେହିଁ ବୃଦ୍ଧ ଟଳି ପଡିଥିଲେ। ପରେ ତାଙ୍କ ପରିବାର ଲୋକେ ତଥା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ସେହିପରି ଘଟଣା ସମ୍ପର୍କରେ ଖବର ପାଇ ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଡି ମାଲିକ ଆସି କ୍ଷତିପୂରଣ ପ୍ରଦାନ କରିବାକୁ ଅଡି ବସିଥିଲେ। ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କେସିଙ୍ଗା ଆଦର୍ଶ ଥାନାରୁ SDPO ସନ୍ଦୀପ ମାଝୀ, IIC ପ୍ରଦ୍ୟୁମ୍ନ ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ରାତି ୯ଟା ସମୟରେ ପହଞ୍ଚି ଥିଲେ। ଖବର ଲେଖାହେଲା ବେଳକୁ ଘଟଣାସ୍ଥଳରେ ଗାଡି ମାଲିକ ମ. ରାମପୁର ଅଞ୍ଚଳର ରୋହିତ ସାହୁ ନ ଆସିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା। ଘଟଣାର କୌଣସି ସମାଧାନ ନହେବାରୁ ପାଞ୍ଚଘଣ୍ଟା ପରେ ମଧ୍ୟ ରାସ୍ତା ଉପରେ ମୃତ ଶରୀର ପଡିରହି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ପ୍ରସାଦୁଙ୍କ ପତ୍ନୀ ତଥା ଦୁଇପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ରହିଛନ୍ତି। 

ରିପୋର୍ଟ :- ଅଜୟ ସେନାପତି

Related posts

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

Sunil Chandra Nayak

ଆମ ଓଡିଶା ନବୀନ ଓଡିଶା’ରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ବକେୟା ଅର୍ଥ ମିଳି ନଥିବାରୁ ଜିଲ୍ଲାପାଳଙ୍କୁ ୬ ଗୋଟି ଗ୍ରାର ଲୋକମାନେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!