ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

ଅମରକଣ୍ଟକ ସ୍ଥିତ ଇନ୍ଦିରା ଗାନ୍ଧୀ ରଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଏକ ଅଫ୍ କ୍ୟାମ୍ପସ୍ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଠାରେ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲ କଳାହାଣ୍ଡି ସାଂସଦ ମାଳବିକା ଦେଓ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ପୂର୍ବତନ ସାଂସଦ ବିକ୍ରମ କେଶରୀ ଦେଓ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ ତତ୍‌କାଳୀନ ରାଜ୍ୟ ସରକାର ଏବଂ କେନ୍ଦ୍ରର ମାନବ ସମ୍ବଳ ମନ୍ତ୍ରାଳୟକୁ ନିବେଦନ ରଖିଥିଲେ। ଯାହା ପରବର୍ତ୍ତି ସମୟରେ ରାଜ୍ୟ ସରକାର କେନ୍ଦ୍ର ମାନବ ସମ୍ବଳ ବିଭାଗକୁ ଅନୁମୋଦନ କରିଥିଲେ ଏବଂ ପରବର୍ତ୍ତି ସମୟରେ ଏହା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଥୁଆମୂଳ ରାମପୁର ପଞ୍ଚାୟତ ସ୍ଥିତ ବେନ୍ଦାଝୋଲା ଏବଂ କୁମୁଡାବାହାଲରେ ୩ ଶହ ଏକର ଜମି ଜିଲ୍ଲା ପ୍ରସାଶନ ଦ୍ୱାରା ଚିହ୍ନଟ କରାଯାଇଥିଲା। ଏହି ବିଷୟ ଚଳିତ ମୌସୁମୀ ଅଧିବେସନରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଅଧିନିୟମ ୩୭୭ ଅନୁଯାୟୀ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଏହା ବ୍ୟତୀତ ଏ ବିଷୟ ଉପରେ ପୂର୍ବତନ ସାଂସଦ ବିକ୍ରମ କେଶରୀ ଦେଓ ମଧ୍ୟ ସଂସଦରେ ଧ୍ୟାନାକର୍ଷଣ କରିଥିଲେ ଏବଂ ଏହା ମଧୁସ୍ମିତା ପଣ୍ଡା, କଲିକତାଙ୍କ ଆର୍‌.ଟି.ଆଇ. ତଥ୍ୟ ଅନୁସାରେ ଏହା ପୁଷ୍ଟି ହୋଇଅଛି।

 ଭାରତରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଗୁଡିକ ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ଉନ୍ନତି ଏବଂ ସଶକ୍ତିକରଣ ପାଇଁ ଏକ ଗୁରିତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ସ୍ଥଳେ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ଏବଂ ଗବେଷଣା ପ୍ରଦାନ କରିବା ସହ ଆଦିବାସୀ କଳା ସଂସ୍କୃତି, ସାହିତ୍ୟ ଏବଂ ପରମ୍ପରାକୁ ସଂରକ୍ଷୀତ ଏବଂ ପ୍ରତ୍ସାହିତ କରିବାରେ ସାହାଯ୍ୟ କରିଥାଏ। ଯେହେତୁ କଳାହାଣ୍ଡି ପଶ୍ଚିମ ଓ ଦକ୍ଷିଣ ଓଡିଶା ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୋନପୁର, ବରଗଡ ଜିଲ୍ଲା କେନ୍ଦ୍ର ବିନ୍ଦୁ ଅଟେ। କଳାହାଣ୍ଡି ଏବଂ କେବିକେ ଅଞ୍ଚଳ ଯେହେତୁ ଆଦିବାସୀ ଇତିହାସ ସଂସ୍କୃତିରେ ଭରପୁର ହୋଇଥିବାରୁ କଳାହାଣ୍ଡି ଠାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଗଲେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଏବଂ ଗବେଷଣା କରିପାରିବେ ବୋଲି ଶ୍ରୀ ନିଆଲ ତାଙ୍କ ଦାବୀପତ୍ରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ସେଥିପାଇଁ କେନ୍ଦ୍ରର ମାନବ ସମ୍ବଳ ମନ୍ତ୍ରଣାଳୟ ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ ସହମତି ପ୍ରଦାନ କରିଥିଲେ ବୋଲି ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲ ତାଙ୍କର ଦାବିପତ୍ରରେ ଦର୍ଶାଇଛନ୍ତି। ଏହି ଦାବିପତ୍ରର ପ୍ରତିଲିପୀ ପ୍ରଧାନମନ୍ତ୍ରୀ ଭାରତ ସରକାର ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଅଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବହେଳିତ ଅବସ୍ଥାରେ ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ 

masiha

କଲେଜର ସଂଘାତିକ ତ୍ରୁଟି ଯୋଗୁଁ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଛାତ୍ରୀ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

Sunil Chandra Nayak

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

masiha

Leave a Comment

error: Content is protected !!