ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

ରାଇଘର // ରାଇପୁର ଠାରୁ ବିଶାଖାପାଟଣା ନିର୍ମାଣଧୀନ ଭାରତମାଳା ରାସ୍ତାରେ ମକା ଶୁଖାଉ ଥିବା ସମୟରେ ମହିଳା ଉପରେ ମାଡ଼ିଗଲା ଭାରତମାଳା ଯୋଜନା ରେ ନିୟୋଜିତ ହୋଇଥିବା ଟିପ୍ପର,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଦେବାଗା ପଂଚାୟତ ର ସଡ଼କପାରା ଗ୍ରାମ ରେ, ସୂଚନା ଅନୁଯାୟୀ ଅର୍ଜୁନ ଗଣ୍ଡ ଙ୍କ ସ୍ତ୍ରୀ ଲଛମତି ଗଣ୍ଡ ଯାହାଙ୍କ ବୟସ ୪0 ବର୍ଷ ଆଜି ସକାଳେ ସକାଳେ ଲଛମତି ନିଜ ଗାଁ ପାଖ ଡୁମୁରିମୁଣ୍ଡା ଯିବା ରାସ୍ତା ଉପରେ ନରସିଂହ ଗଣ୍ଡ ଙ୍କ ମକା ଶୁଖଉ ଥିବାବେଳେ ଏହି ସମୟରେ ଭାରତ ମାଳା ରେ ନିୟୋଜିତ ଟିଫର ଗାଡ଼ି ନଂ ଓଡି ୦୮ ଏମ ୭୭୯୯ ସେହି ବାଟଦେଇ ଯାଉଥିବା ସମୟରେ ଲଛମତି ଙ୍କ ଗୋଡ ଉପରେ ଚଢି ଯାଇଥିଲା ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଲଛମତି କୁ ଉଦ୍ଧାର କରି ଏକଗାଡି ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ଲଛମତି ଙ୍କ ବାମ ଗୋଡ ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି ‌ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲଛମତି ଙ୍କ ପ୍ରାଥମିକ ଚିକିତ୍ସା ପରେ ଲଛମତି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାବୁଗାଁ ନିକଟରେ ଲଛମତି ଅଚେତ ହେବା ଦେଖି ସାଙ୍ଗରେ ନବରଙ୍ଗପୁର ନେଇଯାଇଥିବା ଲୋକେ ରାସ୍ତା ରେ ପଡୁଥିବା ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ନେଇ ଯାଇଥିଲେ ସେଠାରେ ଡକ୍ଟର ଲଛମତି କୁ ମୃତ ଘୋଷଣା କରିଥିଲେ, ପ୍ରାପ୍ତ ସୂଚନା ଅନୁଯାଇ ଲଛମତି ର ମୃତ୍ୟୁ ଖବର ପାଇଁ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଗାଡି କୁ ଭଙ୍ଗାରୁଜା କରିଥିଲେ|ପ୍ରକାଶ ଥାଉକି ଖବର ପାଇଁ ରାଇଘର ପୋଲିସ ,ବ୍ଲକ ଅଧକ୍ଷା ନବୀନା ନାୟକ ,ବ୍ଲକ ସଭାପତି ରଇସିଙ୍ଗ ଗଣ୍ଡ ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ,ଦେବାଗାଁ ସରପଞ୍ଚ ଚରଣ ଗଣ୍ଡ ,ପୂର୍ବତନ ସରପଞ୍ଚ ସୁବାସ ଗଣ୍ଡ ,ମାନକୁ ଗଣ୍ଡ ,ଜିଲ୍ଲା ପରିଷଦ ନାନାରା ଖରା ,ରାଜେନ୍ଦ୍ର ଗଣ୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ପରିବେଶ ଶାନ୍ତ ପଡିଥିଲା |ପରିବାର ତଥା ଗ୍ରାମବାସୀ କ୍ଷତିପୂରଣ ବାବଦକୁ 12ଲକ୍ଷ ଦାବି କରୁଥିବାବେଳେ ଶେଷରେ ଶୁଦ୍ଧି କାମ ପାଇଁ 2 ଲକ୍ଷ ଏବଂ ନିୟମ ଅନୁଯାୟୀ ଇନ୍ସୁରାନ୍ସ ତରଫ ରୁ ମିଳିବ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଗ୍ରାମବାସି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

masiha

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ର ସ୍ଥାନ ନିରୂପଣ ପାଇଁ ସେନା କର୍ମଚାରୀମାନଙ୍କ ବୈଠକ

Leave a Comment

error: Content is protected !!