ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ ରାସ୍ତାକୁ ଗାଈଗୋରୁ ଛାଡ଼ିଦେବା ଘଟଣା…. ଏନ୍ଏସିର କାର୍ଯ୍ୟାନୁଷ୍ଠାନ, ଅସ୍ଥାୟୀ କାଞ୍ଜିଆ ହୁଦାରେ ଗାଈ ଗୋରୁ ଅଟକ

ରାଜ ରାସ୍ତାକୁ ଗାଈଗୋରୁ ଛାଡ଼ିଦେବା ଘଟଣା….

ଏନ୍ଏସିର କାର୍ଯ୍ୟାନୁଷ୍ଠାନ, ଅସ୍ଥାୟୀ କାଞ୍ଜିଆ ହୁଦାରେ ଗାଈ ଗୋରୁ ଅଟକ

ଧର୍ମଗଡ଼:ଦୀର୍ଘ ଦିନ ଧରି ଧର୍ମଗଡ଼ ସହରର ଜାତୀୟ ରାଜପଥରେ ଗୋରୁ ମାଲିକମାନେ ଛାଡ଼ି ଦେଉଥିବାରୁ ସେମାନେ ଅବାଧରେ ବିଚରଣ କରୁଥିଲେ।ଏହି ଘଟଣାରେ ସୋମବାର ଧର୍ମଗଡ଼ ଏନଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବୁଲା ଗାଈଗୋରୁଙ୍କୁ ନେଇ ଅସ୍ଥାୟୀ କାଞ୍ଜିଆ ହୁଦାରେ ଛଡ଼ାଯାଇଛି।

ସୂଚନା ଅନୁଯାୟୀ, ପୂର୍ବରୁ ଏହି ଘଟଣା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିକାରୀଙ୍କୁ ଟୁଇଟ୍ କରି ନିର୍ଦ୍ଦେଶ ଦେଇଥିଲେ। ଧର୍ମଗଡ ଉପଜିଲ୍ଲାପାଳ ମଧ୍ୟ ଗାଈଗୋରୁ ଛାଡୁଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଏହି ପରୀପ୍ରେକ୍ଷୀରେ ଆଜି ୬୧ ଗାଇ ଗୋରୁ ଙ୍କୁ ଅସ୍ଥାୟୀ କାଞ୍ଜିଆ ହୁଦାରେ ପ୍ରଶାସନ ଅଟକ ରଖିଛି।ସୂଚନାଯୋଗ୍ୟ ଯେ, ଧର୍ମଗଡ ର ଜାତୀୟ ରାଜପଥ ଦୀର୍ଘ ଦିନ ଧରି ଗାଇ ଗୋରୁଙ୍କୁ ମାଲିକ ମାନେ ନିଜ ଗୁହାଳରେ ନରଖି ଛାଡ଼ି ଦେଉଥିବାରୁ ସେମାନେ ରାସ୍ତା ଅବରୋଧ କରି ରହୁଥିଲେ।ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟିବା ସହିତ ଗାଇ ଗୋରୁ ମଧ୍ୟ ମୃତ୍ୟୁ ର ଶିକାର ହୋଇଛନ୍ତି।ଏହି ଘଟଣା ବାରମ୍ବାର ଅଭିଯୋଗ ହେବା ଓ ବିଧାୟକ ଟୁଇଟ କରିବା ପରେ ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ବେହେରା ଙ୍କ ନେତୃତ୍ୱରେ କିଛି ଗାଇ ଗୋରୁ ଙ୍କୁ ରାସ୍ତା ରୁ ନେଇ ନିୟନ୍ତ୍ରିତ ବଜାର ଧର୍ମଗଡ ର ଅସ୍ଥାୟୀ କାଞ୍ଜିଆ ହୁଦା ରେ ରଖାଯାଇଥିଲା।ପୁଣି ଆଜି ମଧ୍ୟ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି।ନିଜେ ଅତିରିକ୍ତ ଉପଜିଲ୍ଲାପାଳ ଧର୍ମଗଡ ଅଜୟ କୁମାର ତିର୍କି, ତହସିଲଦାର ଧର୍ମଗଡ ସଂଜୟ କୁମାର ସାମନ୍ତରା, ନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ବେହେରା, ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା,ସ୍ୱଚ୍ଛ ଅଧିକାରୀ ଅଭିନ୍ଦନ ପ୍ରଧାନ ସମେତ ଧର୍ମଗଡ ଏନଏସି ର କର୍ମଚାରୀ ମାନେ ମିଳିତ ଭାବେ ରାସ୍ତାରେ ଚାଲି ଚାଲି ଧର୍ମଗଡ ସହର ର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବା ଗାଇ ଗୋରୁ ଙ୍କୁ ନେଇ ଅସ୍ଥାୟୀ କାଞ୍ଜିଆ ହୁଦା ରେ ରଖିଛନ୍ତି।

 ଉପଯୁକ୍ତ ପ୍ରମାଣ ସହିତ ଗାଇ ମାଲିକ ମାନେ ଫାଇନ କାଟି ନିଜ ଗାଇ ଗୋରୁ ନେବେ ଓ ଯଦି କିଛିଦିନ ମଧ୍ୟରେ ଗାଇ ଗୋରୁ ଙ୍କୁ ମାଲିକ ମାନେ ନେବେ ନାହିଁ ହେଲେ ଗାଇ ଗୋରୁ ଙ୍କୁ ନିଲାମ କରାଯିବ ବୋଲି ନିର୍ବାହି ଅଧିକାରୀ ଚନ୍ଦ୍ର କାନ୍ତ ବେହେରା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ଚାରି ଦଶନ୍ଧି ଧରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ଓ ମୌଳିକ ସମସ୍ୟା ସମାଧାନ ଦିଗରେ ‘ପ୍ରେମ୍‌‍’ର ଅବଦାନ ଅବିସ୍ମରଣୀୟ : ମନ୍ତ୍ରୀ ବିଭୁତି ଜେନା

masiha

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ 

masiha

Leave a Comment

error: Content is protected !!