ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

  ମୟୂରଭଞ୍ଜ -୨୯/୦୭ ( ମସିହା) ବର୍ଷା ଋତୁ ହିଁ ବୃକ୍ଷରୋପଣ ପାଇଁ ପ୍ରକୃଷ୍ଟ ସମୟ ।ଧରତ୍ରୀକୁ ସବୁଜମୟ କରିବାପାଇଁ ଇନ୍ଦ୍ର ଦେବତାଙ୍କ ଅମୂଲ୍ୟ ବରଦାନ ।ସାରା ଭାରତରେ ବୃକ୍ଷ ରୋପଣ, ଜଳବାୟୁ ସନ୍ତୁଳନ, ଜୀବଜନ୍ତୁ ସୁରକ୍ଷା,ପରିବେଶ ରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।୭୫ ତମ ବନମହୋତ୍ସବ ରାଇରଙ୍ଗପୁର ମହାବିଦ୍ୟାଳୟରେ ବ୍ୟାପକ ଆକାରରେ ଅଧ୍ୟକ୍ଷ ତ୍ରିଲୋଚନ ଚକ୍ରଙ୍କ ମାର୍ଗ ଦର୍ଶନ,ଡ଼ଃ ମିଲନ ମହାନ୍ତଙ୍କ ସଂଯୋଜନା , ରାଇରଙ୍ଗପୁର ଯୁବ ରେଡକ୍ରସ୍ ଅଧିକାରୀ ରାଜେଶ ରାମଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବନ ବିଭାଗ ତରଫରୁ ବୃକ୍ଷ ପ୍ରଦାନ ଓ ରୋପଣ ରେ ସହାୟତା କରାଯାଇଥିଲା । ଚଳିତ ବର୍ଷ ୫୦୦ ବିଭିନ୍ନ କିସମର ବୃକ୍ଷ, ଔଷଧୀୟ ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୪୦୦ ରୁ ଉର୍ଦ୍ଧ୍ବ ଅଧ୍ଯାପକ,ଅଧ୍ଯାପିକା, ଛାତ୍ର,ଛାତ୍ରୀ,ବନ ବିଭାଗ ମିଳିତ ପ୍ରୟାସୟେ ରୋପଣ କରାଯାଇଛି ।ଆଜି ଏହାକୁ ନେଇ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବୃକ୍ଷରୋପଣ ଓ ସୁରକ୍ଷା ସଚେତନତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ତ୍ରିଲୋଚନ ଚକ୍ର,ଡିଏଫଓ ଶିବ ପ୍ରସାଦ ରଥ,ଏସିଏଫ ପ୍ରଭାକର ମଲ୍ଲିକ,ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ସେନାପତି, ରାଇରଙ୍ଗପୁର ମହାବିଦ୍ୟାଳୟ ବୃକ୍ଷରୋପଣ ସଂଯୋଜକ ଡଃ ମିଲନ ମହାନ୍ତ, କଥାଶିଳ୍ପୀ ଲଳିତ ମହାନ୍ତ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ , ବୃକ୍ଷ ସୁରକ୍ଷା ଜଳବାୟୁ ପରିବର୍ତ୍ତନ,ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।ଡିଏଫଓ ପରିବେଶ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ପରିବେଶ ଉପରେ ଉତ୍ସାହିତ କରିଥିଲେ । ଏଥିରେ ଅଧ୍ୟାପିକା ନମ୍ରତା ନାଏକ,ଅଧ୍ଯାପିକା ସୁଜାତା ମିଶ୍ର,ଅଧ୍ୟାପିକା ଵନ୍ଦିତା ମହାନ୍ତ,ଅଧ୍ୟାପିକା ରୂପନ୍ବିତା ଗିରି,ଅଧ୍ୟାପକ ଅଶ୍ବିନୀ ପାତ୍ର,ଅଧ୍ୟାପକ ଗୋବର୍ଦ୍ଧନ ମୁର୍ମୁ , ଛାତ୍ର,ଛାତ୍ରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବା ସହ ସମସ୍ତେ ନିଜ ବାଡ଼ିରେ ନିଜ ମା’ ଙ୍କ ଉଦେଶ୍ୟରେ ଏକ ବୃକ୍ଷ ରୋପଣ ଓ ପଡ଼ୋଶୀ ଙ୍କୁ ବୃକ୍ଷ ରୋପଣ କରାଇବା ପାଇଁ ସଂକଳ୍ପ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଶା ହାଇକୋର୍ଟ ବାର ଆସୋସିଏସନର ନିର୍ଦ୍ଧେଶ କ୍ରମେ  ରାୟଗଡ ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ 

masiha

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

masiha

ଦରମା ହାର ବୃଦ୍ଧି ସମେତ କିଛି ଦାବୀ ନେଇ ପଞ୍ଚାୟତ ସମିତି ଅଣ ଗେଜେଟେଡ଼ କର୍ମଚାରୀ ପ୍ରତୀକ ଧର୍ମଘଟ ରେ

Leave a Comment

error: Content is protected !!