ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ଅନୁଷ୍ଠିତ ଶିଶୁ ମହୋତ୍ସବ 

ଉଦଯାପିତ ହେଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ଅନୁଷ୍ଠିତ ଶିଶୁ ମହୋତ୍ସବ 

ବାଲେଶ୍ଵର,୦୮/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ହରିପୁର ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଖଇରା ମଣ୍ଡଳ ତରଫରୁ ଶିଶୁ ମହୋତ୍ସବ-୨୦୨୩ ପାଳିତ ହୋଇଯାଇଛି । ଖଇରା ଓଷ୍ଟା ସଂଘର ସଭାପତି ବ୍ରହ୍ମନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଅଭିଲିପ୍ସା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିମୁଳିଆ ଓଷ୍ଟା ସଭାପତି ଭଗବାନ ବାରିକ, ଖଇରା ଓଷ୍ଟା ଉପଦେଷ୍ଟା ଜୟନ୍ତ କୁମାର ପଣ୍ଡା, ସମିତି ସଭ୍ୟ ସମୀର କୁମାର ବିଶ୍ବାଳ, ଓଷ୍ଟା ହଳଦୀପଦା ମଣ୍ଡଳ ସମ୍ପାଦକ ହରିପଦ ଭୂୟାଁ, ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ଦାସ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ଅଭ୍ଯର୍ଥନା କମିଟିର ଅଧ୍ଯକ୍ଷା ସ୍ମୃତି ସଂଚିତା ଜେନା ମଞ୍ଚାସୀନ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉଦଘାଟନି ସଭାଟିକୁ ସଫଳ ହେବାରେ ପୂର୍ଣ୍ଣ ସହଯୋଗ କରିଥିଲେ । ମଞ୍ଚାସୀନ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ପିଲା ମାନଙ୍କ ଦ୍ବାରା ଏକକ ନୃତ୍ୟଗୀତ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରପତି ଭାବେ ବସନ୍ତ କୁମାର ଦାସ ଓ ଗଣେଶ ପ୍ରସାଦ ପଣ୍ଡା ଆସନ ଅଳଙ୍କୃତ କରିଥିଲେ ।

    ସେହିପରି ଖଇରା ଓଷ୍ଟା ସଂଘ ସଭାପତି ବ୍ରହ୍ମନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଅତି ସୁନ୍ଦର, ଶିକ୍ଷଣୀୟ ଓ ଉପଦେଶାତ୍ମ ବୋଧକ ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତି ସଂଚିତା ଜେନା, ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ଦାସ, ଶିକ୍ଷକ ଜୟନ୍ତ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରା, ସ୍କୁଲ ପରିଚାଳନା ସମିତିର ସଭାପତି ପ୍ରଭାତ କୁମାର ନାୟକ, ପ୍ରତିଭା ପରିବାରର ସମ୍ପାଦକ ରଘୁନାଥ ପତ୍ରୀ ପ୍ରମୁଖ ମଞ୍ଚାସୀନ ହୋଇ ପିଲା ମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ଉପାଦେୟ ଓ ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ । ଖଇରା ମଣ୍ଡଳ ଓଷ୍ଟା ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ମୋଟ ୧୦ ଗୋଟି ବିଭାଗରେ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ବିଧାୟକ ପୁରସ୍କାର ବିତରଣ କରିଥିଲେ । ଉକ୍ତ ଉତ୍ସବରେ ମୋଟ ୪୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସ୍ଥାନ ଅଧିକାର କରିଥିଲେ । ଶେଷରେ ଧନ୍ଯବାଦ ପରେ ସଭା ସାଙ୍ଗ ହୋଇଥିଲା । ପରେ ପରେ ପିଲା ମାନଙ୍କ ଦ୍ବାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ସଂପୃକ୍ତ ଅଞ୍ଚଳବାସୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ: ଯାତାୟାତ ବାଧା ପ୍ରାପ୍ତ : ଡ୍ରାଇଭର ଅଟକ 

masiha

ଖଟିଲେ କିନ୍ତୁ ପାଉଣା ମିଳିଲାନି, ୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

masiha

Leave a Comment

error: Content is protected !!