ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

ଲାଞ୍ଜିଗଡ଼,୦୫/୦୯(ମନିସ)-ଆଜି ପବିତ୍ର ଗୁରୁଦିବସ ଅବସରରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପେଙ୍ଗସୁର ପ୍ରାଥମିକ ବିଦ୍ୟାଳୟ ଓ ବନ୍ଧପାରିସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଗୁରୁଦିବସ ସମାରୋହରେ ସାମିଲ ହୋଇଛନ୍ତି କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ! ଶ୍ରୀ ମାଝୀ ଆଜି ପେଙ୍ଗସୁର ସ୍କୁଲ ପରିଦର୍ଶନ କରି ସେଠାରେ ଅନ୍ତେବାସୀ ଛାତ୍ରମାନଙ୍କ ସହିତ ମତ ବିନିମୟ କରିଥିଲେ ! ଏଇ ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦଶରଥ ମାଝୀ, ପ୍ରହଲ୍ଲାଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ! ଏହାପରେ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଗୁରୁଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଶ୍ରୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ବିଶି, ସୁଶୀଲ କୁମାର ବାଗ, ଦେବାଶିଷ ରଞ୍ଜନ ବିଶି, ବନ ଦଳେଇ, ହରେକ୍ରୁଷ୍ଣ ନାଏକ, କାବୁଲି ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ! ପ୍ରଧାନଶିକ୍ଷକ ଯୁଧିଷ୍ଟିର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପ୍ରଭାତୀ ନାଏକଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ! ଏଇ ଅବସରରେ ଶ୍ରୀ ମାଝୀଙ୍କୁ ଅନ୍ତେବାସୀ ଛାତ୍ରୀମାନେ ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ! ଏହାପରେ ଶ୍ରୀ ମାଝୀ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ମନ୍ଦିର ଦର୍ଶନ କରିସାରିବା ପରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରି ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ! ଏଇ ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ପିଣ୍ଟୁ ଗୋୟଲ, ବଟକ୍ରୁଷ୍ଣ ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ !

ଲାଞ୍ଜିଗଡ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ବ୍ଲକ ଓ ନଗର ସ୍ତରୀୟ ଲୋକକଳା ଦିବସ ପାଳିତ

Sunil Chandra Nayak

ବିଧବା ଭତ୍ତାରୁ ବଞ୍ଚିତ ସନାରୀ ଓ ପାଳତି ମାଝୀ

Sunil Chandra Nayak

ହାତୀ ଆକ୍ରମଣରେ ପୁଣି ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!