ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

ହିଞ୍ଜିଳିକାଟୁ,ତା ୦୬/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଘଟିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ସୂଚନା ଅନୁଯାୟୀ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ମନକୁ ଆଘାତ ଦେଇଥିବା ସେ କହିଛନ୍ତି। 

ବିରୋଧୀ ଦଳନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର ଆଇନୁଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। 

ଏହାସହ ମହିଳା ଧାରଣାରେ ବସିଥିବା ସମୟରେ ପୋଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Related posts

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

masiha

ଉତ୍କେଲା ଡାକ୍ତରଖାନା ରେ ବିଦ୍ବୁତ ସମସ୍ୟା , କାମରେ ଲାଗୁନି ବହୁମୁଲ୍ୟ ଯନ୍ତ୍ରପାତି

Sunil Chandra Nayak

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫମର ,ଚିର ନିଦ୍ରାରେ ବିଦ୍ୟୁତ ବିଭାଗ 

masiha

Leave a Comment

error: Content is protected !!