ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

ଭଞ୍ଜନଗର,ତା ୦୬/୫ ନିଜ ଅଞ୍ଚଳର ମୌଳିକ ସମସ୍ୟାଙ୍କୁ ନେଇ ଦୁଇ ବର୍ଷ ପୂର୍ବେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣ ଦେଇଥିବା ଗ୍ରାମବାସୀଙ୍କ ଦୁଆରେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ପାଦ ପଡିଛି।ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟାଗଣ୍ଡା ପଞ୍ଚାୟତର ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ଅଧ୍ଯୁଷିତ ତାଳଖମଣ, ମଣ୍ଡାପଥର ଓ ଡାଙ୍ଗିଭୂଇଁ ଗାଁରେ ପ୍ରଶାସନିକ ଅଧିକାରୀମାନେ ଶେଷରେ ପହଞ୍ଚିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ତହସିଲଦାର ଅଶୋକ କୁମାର ମୁଦୁଲି ଓ ବିଭାଗୀୟ ଅଧିକାରୀମାନେ ମଙ୍ଗଳବାର ଚାଲି ଚାଲି ସେଠାରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ବିଭିନ୍ନ ସମସ୍ୟା ଶୁଣିଥିଲେ। ଦୁଇବର୍ଷ ପୁରୁଣା ଦାବି ଉପରେ ଆଲୋଚନା ହୋଇଥିଲା। ପ୍ରକାଶ ଥାଉକି, ଦୁଇବର୍ଷ ତଳେ ଏହି ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିଲେ। ତେବେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଗାଁରେ ପହଞ୍ଚିଥିବାରୁ ଅଞ୍ଚଳବାସୀଙ୍କ ମୌଳିକ ସୁବିଧା ପୂରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଆଦିବାସୀ ଭାରତ ମହାସଭାର ନେତା ଟୁନା ମଲ୍ଲିକ, ବିପ୍ରଚରଣ ନାୟକ, ନିର୍ମାଣ ଶ୍ରମିକ ପ୍ରକାଶ ବାରିକ, ସାମାଜିକକର୍ମୀ ସୁରେନ୍ଦ୍ର ପଟ୍ଟନାୟକ ଓ ରଞ୍ଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ ଚାଳକ ଆହତ

masiha

ଗୁଣପୁର ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା

Sunil Chandra Nayak

Leave a Comment

error: Content is protected !!