ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ବଳ ନଦୀବନ୍ଧ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଦୁର୍ବଳ ନଦୀବନ୍ଧ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ 

ଧରାକୋଟ,6/5/26 — ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଧରାକୋଟ ବ୍ଲକର ବରଡାବିଲି,ଜାହାଡା, ସିଙ୍ଗିପୁର, ଜଗମୋହନ, ମୁଣ୍ଡମରାଇ, ଢଉଗାଁ, ରେଡ୍ଡୀ ଦାମୋଦର ପଲ୍ଲୀ ପଞ୍ଚାୟତ ଅଞ୍ଚଳରେ ପ୍ରବାହିତ ହେଉଛି। ଅସର୍ନ ବର୍ଷାଋତୁ ପୂର୍ବରୁ ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ . ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ, ଯୋଗେନ୍ଦ୍ର ସାସମଲ, ସୁପରଭାଇଯର ସୁଜ୍ଞାନି ବେହେରା,ରାଜସ୍ୱ ନିରୀକ୍ଷକ ରବୀନ୍ଦ୍ର ଗୌଡ଼,ଲୋଚନ ମଲିକ ପ୍ରମୁଖ ଭରତ ପଲ୍ଲୀ,ବରଡାବିଲି,କହିରା ପଲି, କୁଶପଡ଼ା ପ୍ରଭୃତି ଗାଁ ନିକଟରେ ଥିବା ଅସୁରକ୍ଷିତ ନଦୀବନ୍ଧ କୁ ପରିଦର୍ଶନ କରିଥିଲେ। ସଂପ୍ରତି ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀ ହିଡ ଗୁଡ଼ିକର ବିଭାଗ ତରଫରୁ ପୁନରୁଧାର କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

Related posts

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପରିକ୍ରମା 

Sunil Chandra Nayak

ଅହଲ୍ୟାବାଇ ହୋଲକରଙ୍କ ୩00 ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

masiha

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

masiha

Leave a Comment

error: Content is protected !!