ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ 

ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

ରାୟଗଡା / ତା.୨୦.୦୯.୨୦୨୪ I ଆଜିଠାରୁ ରାୟଗଡା ରେଳବାଇ ଖେଳପଡିଆଠାରେ ଆରମ୍ଭ ହୋଇଛି ‘ବିକାଶ ମେଳା’ I ଏହି ଅବସରରେ ‘ମହିଳା ଓ ଶିଶୁ ବିକାଶ ବିଭାଗ’ ଦ୍ୱାରା ପ୍ରସ୍ତୁତ ୨୧ନମ୍ବର ଷ୍ଟଲକୁ ଉଦ୍ଘାଟନ କରିଛନ୍ତି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ I ଉଦ୍ଘାଟନ ସମୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାଧିକାରୀମାନେ ଉପସ୍ଥିତ ଥିଲେ I ଚଳିତ ମାସ ୨୦ ତାରିଖରୁ ୨୨ତାରିଖ ଯାଏଁ ଚାଲିବାକୁଥିବା ଏହି ମେଳାରେ ବିଭାଗୀୟ ଷ୍ଟଲ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ତଥା ସୁଭଦ୍ରା ଯୋଜନା ସମ୍ପର୍କିତ ସୂଚନା ପ୍ରଦର୍ଶିତ କରାଯାଉଅଛି I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଂକ ସହ ଚଳିତ ମାସ ୧୭ତାରିଖରେ ବିଷମକଟକର ଡଙ୍ଗରିଆ କନ୍ଧ ହୁନ୍ଦାଡି ୱାଡ଼ାକାଙ୍କ ଭାବବିନିମୟ ସମୟର ଫଟୋ ଷ୍ଟଲର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଅଙ୍ଗନବାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ସମସ୍ତ ସେବାଗୁଡିକୁ ସୂଚନା ଶିକ୍ଷା ଓ ସଂଚାର ମାଧ୍ୟମରେ ବିଭିନ୍ନ ନମୁନାସହ ପ୍ରଦର୍ଶିତ କରାଯାଉଛି I ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ସଂଗଠିତ ହୋଇ ଆସିଥିବା ବିଭିନ୍ନ ନମୁନା ଗୁଡିକ ସହ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ପୋଷକ ଯୁକ୍ତ ଖାଦ୍ୟ ପ୍ରଦର୍ଶିତ ହେଉଅଛି I ଭଳିକିଭଳି ମାଣ୍ଡିଆଜାତୀୟ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସମ୍ପର୍କରେ ମଧ୍ୟ ଷ୍ଟଲରେ ଥିବା ଅଧିକାରୀବୃନ୍ଦ ଏବଂ ଅଙ୍ଗନବାଡି କର୍ମୀମାନେ ସମସ୍ତଙ୍କୁ ବୁଝାଇବା ସହ ପ୍ରଦର୍ଶିତ କରୁଛନ୍ତି I କଣ୍ଢେଇ ମାନଙ୍କ ମାଧ୍ୟମରେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ମମତା ସହାୟତା ରାଶି ସମ୍ପର୍କରେ ଉପସ୍ଥିତ ଅଧିକାରୀ ମାନେ ବିସ୍ତିର୍ଣ ଭାବରେ ସମସ୍ତଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଥିଲା I ବାଲ୍ୟବିବାହ ନିଷେଧ ସମ୍ପର୍କିତ ବିଭିନ୍ନ ବ୍ୟାନର ସହ ସମସ୍ତଙ୍କୁ ସଚେତନ କରାଯାଉଥିଲା I ଛାତ୍ରଛାତ୍ରୀମାନେ ଷ୍ଟଲରେ ଆସି ଓଜନ ହେଉଥିବାର ମଧ୍ୟ ଦେଖାଯାଉଥିଲା I ଷ୍ଟଲରୁ ସମନ୍ବିତ ଶିଶୁ ବିକାଶ ଯୋଜନା ବିଷୟରେ ଜନସାଧାରଣ ସଚେତନ ହେବାସହ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ସମ୍ପର୍କିତ ସୂଚନା ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା I ସୂଚନା ଥାଉକି ଚଳିତ ମାସ ୧୭ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇଥିବା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ଜଣ ହିତାଧିକାରୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ୫ହଜାର ଟଙ୍କାର ଡେମୋ-ଚେକ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମମତା ସଂଯୋଜକ ଜିତେନ୍ଦ୍ର କୁମାର ମହାପାତ୍ର, ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ, ପୋଷଣ ଅଭିଯାନର ଜିଲ୍ଲା ସଂଯୋଜିକା ସୁଶ୍ରୀ ମଧୁଲିତା ଦଣ୍ଡସେନା, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ ତଥା ସଦର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମିନାକ୍ଷୀ ଦାସ ଓ କୋଲନରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରିମତୀ ବିଜୟଲକ୍ଷ୍ମୀ ନିଶଙ୍କ ପ୍ରମୁଖ ଦିନତମାମ ଷ୍ଟଲରେ ରହି ସମସ୍ତ ପରିଚାଳନା ଦାୟିତ୍ୱ ନେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ସହକାରୀ ମହେନ୍ଦ୍ର କୁମାର ଦାସ, କନିଷ୍ଠ ପରିସଂଖ୍ୟକ ସାନ୍ତନୁ ଚୌଧୁରୀ ଏବଂ ବିଭିନ୍ନ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରୁ ଆସିଥିବା ସହାୟକ ଓ ପରିଦର୍ଶିକାମାନଙ୍କ ସହ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନ କରୁଥିବା ଦେଖୁଥିବା ମିଳୁଥିଲା I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

masiha

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort