ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଇବା ପାଣି ଦାବୀ ନେଇ ଲାଞ୍ଜିଗଡ଼ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ , ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା କାର୍ଯ୍ୟକ୍ଷମ ହେଉନି

ପିଇବା ପାଣି ଦାବୀ ନେଇ ଲାଞ୍ଜିଗଡ଼ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ , ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା କାର୍ଯ୍ୟକ୍ଷମ ହେଉନି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ ତଳକାଳିମା ଗ୍ରାମବାସୀ ବର୍ଷବର୍ଷ ଧରି ଦୂଷିତ ପାଣି ପିଉଛନ୍ତି। ଗାଁରେ ବସୁଧା ଜଳଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ବର୍ଷେ ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପାନୀୟଜଳ ଯୋଗାଇବାକୁ ନେଇ ତଳକାଳିମା ଗ୍ରାମବାସୀ ଲାଞ୍ଜିଗତ ବିଡିଓ ଶଶାଙ୍କ ଶେଖର ପାତ୍ର ଙ୍କ ଦ୍ବାରସ୍ଥ ହେଇଛନ୍ତି । ସୂଚନା ଅନୁସାରେ, ଏହି ଗାଁରେ ୫୫ରୁ ଉର୍ଦ୍ଧ୍ବ ପରିବାରର ୩ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ।ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଥିବା ବେଳେ ବର୍ଷ ବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି। ଗ୍ରାମରେ ୨ଟି ନଳକୂଅ ଅଛି। କିନ୍ତୁ ମାର୍ଚ୍ଚ ମାସରୁ ଜଳସ୍ତର ନିମ୍ନଗାମୀ।ଗୋଟିଏ ଗରା ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।ତେଣୁ ଏହି ଦୁଇଟି ନଳକୂପ ୫୫ରୁ ଉର୍ଦ୍ଧ୍ବ ପରିବାର ପାଇଁ ପାଣି ନିଅଣ୍ଟ ହେଉଛି ବୋଲି ଗାଁ ଲୋକେ କହିଛନ୍ତି।୨୦୨୨ ମସିହାରେ ଗାଁରେ ୨ଟି ଗଭୀର ନଳକୂଅ ଖୋଳା ଯାଇଥିଲା। ୨୦୨୪ରେ ଗାଁରେ ନିର୍ମାଣ ହୋଇଛି ବସୁଧା ପାଣି ଟାଙ୍କି।ଘରକୁ ଘର ପାଣି ପାଇପ ଲାଇନ ସଂଯୋଗ ମଧ୍ୟ ହୋଇଛି କିନ୍ତୁ ସମ୍ପୂର୍ଣ୍ଣ ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେବେ ଉକ୍ତ ଗାଁରେ ଗ୍ରୀଷ୍ମପ୍ରବାହ ଯୋଗୁଁ ପାନୀୟ ଜଳ ଘୋର ସମସ୍ୟା ଦେଖିବାକୁ ମିଳିଛି। ଏନେଇ ଆଜି ତଳକାଳିମା ଗ୍ରାମର ପଲି ମାଝୀ,ଡାକେ ମାଝୀ,ମଦନ ମାଝୀ,ଘନ ନାଏକ,କୃଷ୍ଣ ନାଏକ,ସୁକାନ୍ତ ନାଏକ,ମମତା ନାଏକ,ଉର୍ମିଳା ନାଏକ,ହାରବତୀ ନାଏକ,ତେଲ ଦେଇ ମାଝୀ ,ମିନ୍ଦୁ ଗୌଡ଼,ତୁଳସା ମାଝୀ ,ସୁଶୀଳା ନାଏକ ସମେତ ସମସ୍ତ ଗ୍ରାମବାସୀ ପ୍ରମୁଖ ଏକତ୍ରିତ ହୋଇ ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ଯାଇ ଲାଞ୍ଜିଗଡ଼ ବିଡିଓ ଶ୍ରୀ ପାତ୍ରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ ସହ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

କେନ୍ଦ୍ରୀୟ ଟିମର କୋରାପୁଟ ଜିଲ୍ଲା ଗସ୍ତ  ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ 

masiha

First state executive body meeting of the Journalist Council of India, Odisha wing was held in Bhubaneswar.

masiha

Leave a Comment

error: Content is protected !!