ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ 

ହିଞ୍ଜିଳିକାଟୁ, ତା ୨୨/୦୫ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଭାଟକୁମୁରଡା ମୌଜା ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମର ରମେଶ ବେହେରା (୬୦) ,ପିତା : ଅର୍ଜୁନ ବେହେରା ବୋଲି ଜଣାପଡିଛି। ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ରମେଶ ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀକୁ ଶୌଚ ହେବା ଲାଗି ଯାଇଥିବା ସମୟରେ, କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ବିଭାଗ ଏବଂ ବେଲଗାଁ ଥାନାକୁ ସୂଚନା ଦେଇଥିଲେ । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବେଲଗାଁ ପୋଲିସ ଟିମ ମଧ୍ୟ ପହଞ୍ଚି ଥିଲେ। ପୋଲିସ ରମେଶଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଭାଟକୁମୁରେଡା ଆର୍ ଆଇ ଶଙ୍କର ବେହେରା, ବେଲଗାଁ ଥାନା ଏ ଏସ୍ ଆଇ କମଳିନୀ ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Related posts

ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ 

masiha

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

Sunil Chandra Nayak

Leave a Comment

error: Content is protected !!