ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ 

ହିଞ୍ଜିଳିକାଟୁ, ତା ୨୨/୦୫ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଭାଟକୁମୁରଡା ମୌଜା ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମର ରମେଶ ବେହେରା (୬୦) ,ପିତା : ଅର୍ଜୁନ ବେହେରା ବୋଲି ଜଣାପଡିଛି। ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ରମେଶ ପାଗଳ ବାବା ଛକ ନିକଟସ୍ଥ କୁମ୍ଭାର ଗାଡିଆ ପୋଖରୀକୁ ଶୌଚ ହେବା ଲାଗି ଯାଇଥିବା ସମୟରେ, କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ବିଭାଗ ଏବଂ ବେଲଗାଁ ଥାନାକୁ ସୂଚନା ଦେଇଥିଲେ । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବେଲଗାଁ ପୋଲିସ ଟିମ ମଧ୍ୟ ପହଞ୍ଚି ଥିଲେ। ପୋଲିସ ରମେଶଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଭାଟକୁମୁରେଡା ଆର୍ ଆଇ ଶଙ୍କର ବେହେରା, ବେଲଗାଁ ଥାନା ଏ ଏସ୍ ଆଇ କମଳିନୀ ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Related posts

ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ 

Sunil Chandra Nayak

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ,ବଣଭୋଜି ଓ ସହ ଯୋଗ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ

Sunil Chandra Nayak

Leave a Comment

error: Content is protected !!