ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ 

 ରାଉରକେଲା: ଲେଖକ ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ ଆଜି ସ୍ଥାନୀୟ ବସ୍ତିଆ ଭବନ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଛି l ଏଥିସହ ଶ୍ରୀ ସାହୁଙ୍କ ପରିକଳ୍ପିତ ଓ ସଂଳାପ ଲିଖିତ ନୂତନ ଚଳଚିତ୍ର ‘ଜଙ୍ଗଲ ଜଳୁଛି’ ଚଳଚିତ୍ର ପ୍ରଦର୍ଶନ ଚଳିତ ମାସ ୨୨ ରୁ ରାଉରକେଲା ର କ୍ରସରୋଡ଼ ମଲ ରେ ଥିବା ପ୍ରେଖ୍ୟାଳୟ ରେ ଚାଲିବ l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲେଖକ ଗୋରଖନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ସେ ଆଜିର ଯୋଗ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିବାସହ ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ ସମ୍ପର୍କ ରେ ଆଲୋଚନା କରିଥିଲେ l ଆମର ଐତିହ୍ୟ ଓ ସଂସ୍କୃତି କୁ ଉଦଜୀବିତ କରି ରଖିବାକୁ ଆହ୍ୱାନ କରିଥିଲେ l ବୈଦ୍ୟନାଥ ମିଶ୍ର ଏଥିରେ ସଭାପତିତ୍ବ କରିଥିଲେ l ସମ୍ମାନିତ ଅତିଥି ଭାବେ ଚଳଚିତ୍ରର ସହ ପ୍ରଯୋଜିକା ଶ୍ରୀମତୀ ମୀନା ମହାରଣା, ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ, ସୁରମା ମିଶ୍ର, ପୀତବାସ ପ୍ରଧାନ ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ରଖିଥିଲେ l ଶେଷରେ ଡ. ସୀତାରଶ୍ମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସହରର ଚଳଚିତ୍ର ପ୍ରେମୀ ମାନେ ଆସନ୍ତା କାଲି ଜଙ୍ଗଲ ଜଳୁଛି ଚଳଚିତ୍ର ଦେଖିବାକୁ ଆୟୋଜକ ମାନେ ଅନୁରୋଧ କରିଛନ୍ତି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଘିଆ ଟାଙ୍ଗର ଜମିରା ସାହିରେ ମୌଳିକ ସୁବିଧାରୁ ବଂଚିତ  .ପାଣି ପାଇଁ ରାସ୍ତା ରୋକ 

masiha

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!