ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ 

 ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ୧୧ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚଲାଇଛ। ଏଥି ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଛି। ବନ୍ଦ ଡାକରା ଯୋଗୁଁ ଯାତ୍ରାବାହୀ ବସ୍‌ ସମେତ ଅନ୍ୟାନ୍ୟ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୁଇ ଚକିଆ ଗାଡି ବ୍ୟତୀତ କିଛି ଅଟୋ ଓ କାରକୁ ଛାଡି ଦେଲେ ଅନ୍ୟ କୌଣସି ଯାନବାହନ ଚଳାଚଳ କରୁନାହିଁ। ବିଭିନ୍ନ ରାସ୍ତା ପାର୍ଶରେ ବହୁ ସଖ୍ୟାରେ ଟ୍ରକ ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଅଟକି ରହିଛି। ଡ୍ରାଇଭରଙ୍କ ଏହିପରି ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ଯାତ୍ରାମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଛାତ୍ରୀ ଛାତ୍ର ମାନେ ସ୍କୁଲ ପରୀକ୍ଷା ସକାଶେ ଯାତାୟତ କରୁଥିବା ଗାଡ଼ିକୁ ଯିବା ଆସିବା ପାଇଁ ସୁଯୋଗ ମିଳିଥିଲା l ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏହି ଅବସରରେ ମହାସଂଘର ଜିଲ୍ଲା ଉପସଭାପତି ରାଜୁ ସାଗର, ଝରିଗାଁ ବ୍ଲକ ସଭାପତି ଭୀମସେନ ନାଗ, ଉପସଭାପତି ପର୍ଶୁରାମ ଭତ୍ରା, ସମ୍ପାଦକ କୃଷ୍ଣ ଚନ୍ଦ୍ର ପାରୀ, ମନିନ୍ଦ୍ର ପନକା, ଜଗଦିଶ ସେଠୀ, ଧନୁର୍ଜୟ ଗୌଡ଼, ବଂଶୀଧର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନେପାଲ ଗୋପାଳଙ୍କ ଶହ ଶତାଧିକ ଡ୍ରାଇଭର ଉପସ୍ଥିତ ରହିଥିଲେ l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ : ପ୍ରଶାସନ ର ନିଘା ନାହିଁ

masiha

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟ ସମ୍ମୁଖରେ ଗାତ ଖୋଳି ଛାଡି ଦେଇଛି ଠିକାଦାର :ବିପଦ ରେ ଛାତ୍ରଛାତ୍ରୀ 

masiha

Leave a Comment

error: Content is protected !!